ଜୁନାଗଡ଼ ଠାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାନି ଶିବିର ଅନୁଷ୍ଠିତ
କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ ସହର ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ,ଧର୍ମଗଡ଼ ଉପ ଜିଲ୍ଲା ପାଳ ପ୍ରେକ୍ଷା ଅଗ୍ରୱାଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୌମ୍ୟରଞ୍ଜନ ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭର୍ଷିତା ଆଦିକ୍ୟୁ ପ୍ରମୁଖ ମିଳିତ ଭାବରେ ବିଭିନ୍ନ ଅଭିଯୋଗ ଉପରେ ଜନ ଶୁଣାଣି କରିଥିଲେ। ଅନୁଷ୍ଠିତ ଏହି ଶିବିରରେ ମୋଟ ତିରିଶ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ଚାରିଟି ଟି ସାମୁହିକ ଅଭିଯୋଗ ଥିବାବେଳେ, ଚୋବିଶଟି ବିଭିନ୍ନ ମାମଲାରେ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଗୁଡିକର ଶୁଣାଣି ମଧ୍ୟରେ ଚାରିଟି ମାମଲାର ତତ୍କାଳ ସମାଧାନ କରାଯାଇଥିଲା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରାଯାଇଥିଲା।
