June 23, 2026

ଆମ୍ ଆଦମି ପାର୍ଟୀ ର ବିଜୁଳି ଆନ୍ଦୋଳନ ପ୍ରସ୍ତୁତି ବୈଠକ।

IMG-20230622-WA0004
Share

ଆମ୍ ଆଦମି ପାର୍ଟୀ ର ବିଜୁଳି ଆନ୍ଦୋଳନ ପ୍ରସ୍ତୁତି ବୈଠକ।

ବୋଲଗଡ଼,୨୨/୦୬(ଉପାନ୍ତ ଓଡିଶା): ବେଗୁନିଆ ବ୍ଲକ୍ ଅନ୍ତର୍ଗତ ବାଘମାରୀ ପଞ୍ଚାୟତ ତୃପ୍ତି କଲ୍ୟାଣ ମଣ୍ଡପ ପରିସରରେ ଆପ୍ ଖୋର୍ଧା ଜିଲା ସଭାପତି ଶୁଭାଶିଷ ସ୍ୱାଇଁଙ୍କ ଅଧ୍ୟକ୍ଷ୍ୟତା ରେ ଦୁଇ ଶହ ୟୁନିଟ ପର୍ଯ୍ୟନ୍ତ୍ ଦେୟ ମୁକ୍ତ ବିଜୁଳି ପାଇଁ ଆପ୍ ର ଚାଲି ଥିବା ଆନ୍ଦୋଳନ କୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି. ଘନ ଘନ ବିଜୁଳି କାଟ ଓ ଅତ୍ୟଧିକ ବିଜୁଳି ଦର ବୃଦ୍ଧି ପ୍ରତିବାଦ ରେ ଅନ୍ୟ ରାଜନୈତିକ ଦଳ ମାନେ କରୁଥିବା କୁମ୍ଭୀର କାନ୍ଦଣା କୁ ଲୋକ ମାନେ ପ୍ରତ୍ୟାଖାନ କରୁଛନ୍ତି କାରଣ ସମସ୍ତେ ଜାଣନ୍ତି ଆପ୍ ହିଁ ବିଜୁଳି ସମସ୍ୟା ର ଏକ ମାତ୍ର ସମାଧାନ ବୋଲି ଜିଲା ସମ୍ପାଦକ ସୁନିଲ ଷଡ଼ଙ୍ଗୀ ମତ ରଖି ଥିଲେ। ଆବାହକ କଳ୍ପତରୁ ପଣ୍ଡା ଦଳ ତରଫରୁ ବେଗୁନିଆ ବୋଲଗଡ଼ ପାଇଁ ଜାରି କରା ଜାଇ ଥିବା ଫୋନ୍ ନମ୍ବର୍୯୨୩୮୫୦୮୫୧୧ ରେ ଯୋଗାଯୋଗ କରି ଆମ୍ ଆଦମୀ ପାର୍ଟୀ ର ବିଜୁଳି ଆନ୍ଦୋଳନ ପ୍ରତି ନିଜର ସମର୍ଥନ ବ୍ୟକ୍ତ କଲେ ଆଗାମୀ ଦିନରେ ଏହି ଆନ୍ଦୋଳନ କୁ ବ୍ୟାପକ କରା ଜାଇ ପାରିବ ବୋଲି ଜନ ସାଧାରଣଙ୍କୁ ନିବେଦନ କରି ଥିଲେ ଏହି ସଭାରେ ପ୍ରମୋଦ ନନ୍ଦ, ପ୍ରଶାନ୍ତ ରଣ ସିଂ, ସଂଗ୍ରାମ ବଳବଂତ ରାଏ ପ୍ରମୁଖ ଯୋଗ ଦେଈ ଥିବା ବେଳେ କବିରାଜ ଗୋଛି ଧନ୍ୟବାଦ ଅର୍ପଣ କରି ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed