October 11, 2026

ଗଜପତି:- ଆନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ 

IMG-20261011-WA0047
Share

 

ଆଇ:ଏସ:ଆର:ଡି ସଖୀ ୱାନ ଷ୍ଟପ ସେଣ୍ଟର’ର ଆହ୍ଵାନ “ସମସ୍ତେ ସଚେତନ ହେଲେ ଶିଶୁ କନ୍ୟା ଚାଲାଣ ଓ ବାଲ୍ୟ ବିବାହ ପ୍ରତିରୋଧ ସମ୍ଭବ”

—————————————

ଆଇ:ଏସ:ଆର:ଡି ସଖୀ ୱାନ ଷ୍ଟପ ସେଣ୍ଟର, ଗଜପତି ତରଫରୁ ଆନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ଜିଲା ପ୍ରଶାସନ, ଗଜପତି ଓ ମହିଳା ଶିଶୁ ବିକାଶ ବିଭାଗ ଓଡିଶା ସରକାର’ଙ୍କ ସହାୟତାରେ ଉତ୍କଳ ବାଳାଶ୍ରମ, ପାରଳାଖେମୁଣ୍ଡି ଠାରେ ଅନୁଷ୍ଠାନର ଶିଶୁ କନ୍ୟା ମାନଙ୍କୁ ନେଇ ମହା ଉତ୍ସାହରେ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ’ଟିକୁ ଆଗକୁ ବଢେଇ ଥିଲେ | ଏହି କାର୍ଯ୍ୟ କ୍ରମରେ ପ୍ରାରମ୍ଭିକ ସଂଗୀତ ଉତ୍କଳ ବାଳାଶ୍ରମର ଶିଶୁ କନ୍ୟା ମାନେ ପରିବେଷଣ କରିଥିଲେ |

ଏହି କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନନ ର ଲକ୍ଷ ଏବଂ ଉଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ |

୧୧ ଅକ୍ଟୋବର ୨୦୨୬ ରେ ପାଳିତ ହେଉଥିବା ‘ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ର ବିଷୟବସ୍ତୁ ହେଉଛି “ବାଲ୍ୟ ବିବାହର ଅନ୍ତ ଘଟାଇବା ଏବଂ କନ୍ୟାମାନଙ୍କ ଅଧିକାରରେ ନିବେଶ କରିବା”| ପ୍ରତିବର୍ଷ ୧୧ ଅକ୍ଟୋବରରେ ପାଳିତ ହେଉଥିବା ‘ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ହେଉଛି ସମଗ୍ର ବିଶ୍ୱରେ କନ୍ୟାମାନଙ୍କୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ସ୍ୱର, କାର୍ଯ୍ୟ ଓ ନେତୃତ୍ୱକୁ ସୁଦୃଢ଼ କରିବାର ଏକ ବିଶ୍ୱସ୍ତରୀୟ ଅବସର। ଏହା ସେହି ସମସ୍ତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ କନ୍ୟା ଏବଂ ସେମାନଙ୍କ ଅଧିକାରକୁ ଗୁରୁତ୍ୱ ଦିଅନ୍ତି। ଏହି ବିଷୟରେ ଶିଶୁ କଲ୍ୟାଣ ବିଭାଗର ଅଧ୍ୟକ୍ଷ ଅମିୟ କୁମାର ତ୍ରିପାଠୀ, କିଶୋର ନ୍ୟାୟ ପରିଷଦର ସଦସ୍ୟା ଭାଗ୍ୟଲକ୍ଷ୍ମି ନାୟକ, ଶିଶୁ କଲ୍ୟାଣ ବିଭାଗର ସଦସ୍ୟ ନାଗେଶ୍ଵର ଚୌଧୁରୀ, ରୀତା ଦାସ, ଶୁଭ୍ରକାନ୍ତି ବେହେରା, ହବ ର ଜିଲ୍ଲା ସଂଯୋଜକ ଶ୍ରୀ ଏଲ୍. ରାମ ପ୍ରସାଦ ,ଜିଲ୍ଲା ସଂଯୋଜିକା ଓ:ଏଲ:ଏମ ସ୍ଵୟଂ ପ୍ରକଳ୍ପର ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ, ଏହି ଦିନ, ଆମେ ସମସ୍ତେ ଏକତ୍ରିତ ହୋଇ କନ୍ୟାମାନଙ୍କ ସମସ୍ତ ପ୍ରକାରର ଅଧିକାରକୁ ସ୍ୱୀକୃତି ଦେବା ଏବଂ ସେଥିପାଇଁ ସ୍ୱର ଉତ୍ତୋଳନ କରିବାକୁ ସଂକଳ୍ପବଦ୍ଧ ହେବା |

ଶିଶୁ କନ୍ୟାମାନଙ୍କ ମୁହଁରେ ହସ ଫୁଟାଈବା ପାଇଁ ଉତ୍କଳ ବାଳାଶ୍ରାମର ବାଳିକା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମରେ ଉତ୍କଳ ବାଳଶରମର କାଉନସେଲର ସୁଶ୍ରୀ ସଂଗୀତା ମଲ୍ଲିକ ଏବଂ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ୱାନ ଷ୍ଟପ କେନ୍ଦ୍ରର ଡ. ଦେବାନନ୍ଦ ଦାଶ, ମଧୁସ୍ମିତା ପାଢୀ, ମୋହିନୀ ପ୍ରଧାନ, ସୁନିତା ବେହେରା, ଶିବାନୀ ସାମନ୍ତ, ନିରୁପମା ରାଉଳ, ହରିକୃଷ୍ଣ ଚୌଧୁରୀ, ଦିବ୍ୟ କୁମାର ସୁଆର ଏବଂ ଆଇ:ଏସ:ଆର:ଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |

ପରିଶେଷରେ ସଖୀ ୱାନ ଷ୍ଟପ ସେଣ୍ଟର ର ଆଇନ ପରାମର୍ଶ ଦାତା ଡ. ଦାଶ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————–

You may have missed