ଗଞ୍ଜାମର କବିତାଘର ଦ୍ୱାଦଶ ସାହିତ୍ୟ ଉତ୍ସବ ଆୟୋଜିତ
ବ୍ରହ୍ମପୁର ୧୧ -୧୦ -୨୦୨୬
ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ଦ୍ୱାଦଶ ସାହିତ୍ୟ ଉତ୍ସବ କେ ସି ପବ୍ଲିକ ସ୍କୁଲ ସଭାଗୃହ ଠାରେ ଆୟୋଜିତ ହୋଇଯାଇଅଛି ।
କବିତା ପର୍ବରେ ଉଦ୍ଘାଟକ ସାହିତ୍ୟ ସଂଗଠକ ଶ୍ୟାମ ପ୍ରସାଦ ମିଶ୍ର, ବ୍ରହ୍ମପୁର, ସମ୍ମାନୀତ ବକ୍ତା ଲେଖକ ଓ ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ, ରାୟଗଡ, ନିମନ୍ତ୍ରିତ ଅତିଥି ବିଶିଷ୍ଟ କବି ବିଦେଶୀ ନାୟକ, ଦାରିଙ୍ଗବାଡି, ସ୍ୱତନ୍ତ୍ର ଅତିଥି ଲେଖକ ଓ ଅଭିନେତା ପ୍ରହଲ୍ଲାଦ ବେହେରା, ଗଞ୍ଜାମ ଓ ଶିକ୍ଷା ପ୍ରଶାସକ ଅବିନାଶ ଶତପଥୀ, ସଂଯୋଜକ – ଲେଖକ ଓ ସୁବକ୍ତା ଗୋପୀନାଥ ଦାଶ, ଖୋର୍ଦ୍ଧା, ସଂଯୋଜିକା ଲେଖିକା ଜ୍ୟୋତ୍ସ୍ନାରାଣୀ ଦେବୀ, ବ୍ରହ୍ମପୁର କବି ଓ ନାଟ୍ୟକାର ପ୍ରହଲ୍ଲାଦ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ବେଳେ ସମ୍ବର୍ଦ୍ଧନା ପର୍ବରେ ମୁଖ୍ୟ ଅତିଥି ଲେଖିକା ଓ ପ୍ରଶାସିକା ଡ ମମତାରାଣୀ ନାୟକ, ଭୁବନେଶ୍ୱରର, ସମ୍ମାନୀତ ବକ୍ତା ବିଶିଷ୍ଟ ସମ୍ପାଦକ ନିହାର ଶତପଥୀ, ସମ୍ପାଦକ ସାହିତ୍ୟ ଚର୍ଚ୍ଚା, ସ୍ୱତନ୍ତ୍ର ଅତିଥି ସାମ୍ବାଦିକ ଓ ସଂଗଠକ ଶ୍ରୀ ରବି ରଥ, ସଂପାଦକ ନବୀନ ଓ ସାହିତ୍ୟ ସଂଗଠକ ହୃଷିକେଶ ଗୌଡ, ଗଜପତି, ସଭାପତି ଆଇନଜୀବୀ ସୁଧାଂଶୁ ଶେଖର ସାହୁ , ଖଲ୍ଲିକୋଟ ଯୋଗଦେଇଥିଲେ ଯାହାକୁ ସଞ୍ଚାଳନ କରିଥିଲେ ସମ୍ପାଦକ ଭାଗୀରଥି ବେହେରା ।
୨୦୨୬ ବର୍ଷ ନିମନ୍ତେ ରାଜ୍ୟସ୍ତରୀୟ କବି ସମ୍ମାନ କବି ସୁବାସ ଚନ୍ଦ୍ର ସାହୁ, ରାୟଗଡ଼ା, ଜିଲ୍ଲାସ୍ତରୀୟ କବି ସମ୍ମାନ କବି ବିଷ୍ଣୁ ପ୍ରସାଦ ଦାସ, ଲଙ୍ଗଳେଶ୍ୱର, ସ୍ଵର୍ଗତା ଦେବମଣି ସାହୁ ପୁସ୍ତକ ସ୍ମୃତି ସମ୍ମାନ କବି ଦୀନବନ୍ଧୁ ବେଜ, ମାଲକାନଗିରି, ପୁସ୍ତକ ବନଗିରି ଲତାଗିରି, ସ୍ଵର୍ଗତା ରୁକୁଣା ବେହେରା ପୁସ୍ତକ ସ୍ମୃତି ସମ୍ମାନ କବୀ କଳ୍ପନା କୁମାର ପ୍ରଧାନ, ଭଞ୍ଜନଗର, ପୁସ୍ତକ ସମନ୍ୱୟ, ସ୍ୱର୍ଗତା ପ୍ରମିଳା ସ୍ୱାଇଁ କବିତା ପୁସ୍ତକ ସ୍ମୃତି ସମ୍ମାନ କବୀ ସନ୍ଧ୍ୟାରାଣୀ ଦେବୀ, ଗଞ୍ଜାମ, ପୁସ୍ତକ ମୋ ଝର୍କାରୁ କୃଷ୍ଣଚୂଡ଼ା ଓ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ଶ୍ରୀ ନିହାର ଶତପଥୀ, ସଂପାଦକ ସାହିତ୍ୟ ଚର୍ଚ୍ଚା ଆଦି ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ଭାଗୀରଥୀ କବିତାର ଗଙ୍ଗା ୨୦୨୬ ସମ୍ପାଦକ ଭାଗୀରଥି ବେହେରା, ଜୟା ବିଜୟା ଗଳ୍ପ ବାଟିକା ଗାଳ୍ପିକ ଶେଷଦେବ ବେହେରା, ନିଖୋଜ ନାୟିକାର ଇତିବୃତ୍ତ ଔପନ୍ୟାସିକ ବାଲାଜି ସେଠୀ, ନୀଳକଇଁର ପୋଖରୀ ବୁଲା ଗାଳ୍ପିକା ସଂଧ୍ୟାରାଣୀ ଦେବୀ, ଝାଇଁକି ଝୁମ୍ପା ଗାଳ୍ପିକା ଜ୍ୟୋସ୍ନାରାଣୀ ଦେବୀ ଓ ପୁଷି ମାଉସୀ ପଢ଼ୁଛି ବସି ଗାଳ୍ପିକା ଜ୍ୟୋସ୍ନାରାଣୀ ଦେବୀଙ୍କ ବହି ଉନ୍ମୋଚନ ହୋଇଥିଲା।
ପ୍ରାୟଃ ୧୦୦ରୁ ଉର୍ଦ୍ଧ୍ଵ କବି ଲେଖକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିବା ଏହି ଉତ୍ସବକୁ ଆୟୋଜିତ କରିବାରେ ସହଯୋଗ କରିଥିଲେ କବି ଧର୍ମାନନ୍ଦ ମହାରଣା, କବି ତ୍ରିଲୋଚନ ଦାସ, କବି ଭାଗିରଥୀ ପଣ୍ଡା, କବୀ ଜୟନ୍ତୀ ବେହେରା, କବି ଶେଷଦେବ ବେହେରା ଓ କବି ସଂଧ୍ୟାରାଣୀ ଦେବୀ ଆଦି କବି ।
