October 9, 2026

ପଳାସପୁର ବିଦ୍ୟାଳୟରେ ହାଟପଦା କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ଅନୁଷ୍ଠିତ :

IMG-20261009-WA0038
Share

 

ସାନଖେମୁଣ୍ଡି ୯/୧୦:(ବିଜୟ କୁମାର ପ୍ରଧାନ )

ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ହାଟପଦା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-2026 ପଳାସପୁର ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି. ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମତୀ ରିତାଞ୍ଜଳୀ ରଥ ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁକଦେବ ମଲ୍ଲିକ କାମେଶ୍ୱର ମଲ୍ଲିକ ବିଦ୍ୟାଳୟ ପରିଚାଳନା ସଭାପତି ମନୋଜ କୁମାର ମାଦଳା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ! ଚିତ୍ରାଙ୍କନ କଣ୍ଠସଂଗୀତ ପ୍ରବନ୍ଧ ବକ୍ତୃତା ନୃତ୍ୟ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା!ଉଦଯାପନୀ ଉତ୍ସବରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ କେ ନରସିଂହ ଓ କେ ଗୌତମ ଦୋରା ଯୋଗ ଦେଇ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରିଥିଲେ! ସମ୍ପୂର୍ଣ୍ଣ କାର୍ଯକ୍ରମକୁ ଆଂଚଳିକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁଶାନ୍ତ କୁମାର ସାହୁ ପରିଚାଳନା କରିଥିଲେ! ପ୍ରଧାନ ଶିକ୍ଷକ ଶ୍ରୀମତୀ ସୁନୀତି ପ୍ରଭା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ!ପଳାସପୁର ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଶଙ୍କର ପ୍ରଧାନ ସହଯୋଗ କରିଥିଲେ!ପ୍ରଧାନ ଶିକ୍ଷକ ବାବୁଲା କୁମାର ସାହୁ ଉମା ଚରଣ ପଟ୍ଟନାୟକ ସୁଧାଂଶୁ ପଟ୍ଟନାୟକ ଏବଂ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

You may have missed