ସମ୍ବଲପୁରୀ ଭଜନ “କାଣା ଗୁହାରିମି ମାଁ” ଲୋକାର୍ପିତ
ସମ୍ବଲପୁର ତା ୮/୧0 (ଫଟୋ) ମାଁ ସମଲେଶ୍ବରୀ ଙ୍କ ବିଭିନ୍ନ ରୂପ ଆଧାରିତ “କାଣା ଗୁହାରିମି ମାଁ” ଶୀର୍ଷକରେ ଏକ ସମ୍ବଲପୁରୀ ଭଜନ ଆଜି ଲୋକାର୍ପିତ ହୋଇଯାଇଛି। ଗୀତକୁ ଡ. ମାହେଶ୍ଵରୀ ପ୍ରସାଦ ପାଣିଗ୍ରାହୀ ରଚନା କରିଥିବା ବେଳେ କଣ୍ଠଦାନ ଓ ସଂଗୀତରେ ସଜାଇଛନ୍ତି ଯୁବ କଣ୍ଠ ଶିଳ୍ପୀ ଆଲୋକ ସାହୁ । ସ୍ବର୍ଗତ ଜ୍ୟୋସ୍ନା ମିଶ୍ରଙ୍କ ପ୍ରେରଣାରେ ଏହି ଭଜନ କୁ ଲୋକାର୍ପଣ କରାଯାଇଥିବା ଗୀତିକାର କହିଛନ୍ତି। ଗୀତରେ ଆଲୋକ ସାହୁ ନିଜେ ଅଭିନୟ ଓ ନିର୍ଦ୍ଦେଶନା ଦେଇଥିବା ବେଲେ ଅଭିନୟରେ ସହଯୋଗ କରିଛନ୍ତି ସୁନୀତା ଖମାରୀ,ମୋନାଲିସା ଭୋଇ,ମୋନାଲିସା ସାହୁ,ମଧୁସୂଦନ ଭୋଇ ଓ ସୁନୀଲ ପଧାନ । ଆଜି ଗୀତ ଟି ରଣେଶ୍ୱର ରାମଚଣ୍ଡୀ ମନ୍ଦିର ରେ ପୁଜାର୍ଚ୍ଚନାପରେ ପାହାଁତି ମାଧ୍ୟମରେ ରିଲିଜ୍ କରାଯାଇଛି । ଲୋକାର୍ପଣ କାର୍ଯ୍ୟକ୍ରମ ରେ ଭବାନୀଶ ଭୋଇ,ସମାଜ ସେଵୀ ମୁରଲୀ ପ୍ରଧାନ,ପୂଜକ ଦେବୀ ପ୍ରସାଦ ଭୋଇ, ପୂଜକ ବାସୁଦେବ ଭୋଇ, ବରିଷ୍ଠ ଶିକ୍ଷକ ଅଶ୍ୱିନୀଧର ସା,ପାତ୍ର ପ୍ରଡ଼କ୍ସସନ ର ପ୍ରଯୋଜକ ଭୋଜରାଜ ପାତ୍ର , ଯୁବ କଳାକାର ମଧୁସୂଦନ ଭୋଇ,ପାଁହାତି ପରିବାର ର ଉପଦେଷ୍ଟା ଭାଗ୍ୟଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
