October 8, 2026
ajiro khabar
Share

 

 

୧-ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ବିରୋଧୀଙ୍କ ଆହ୍ୱାନ, ପ୍ରଶାସନର ପ୍ରସ୍ତୁତି।ଲୋକସେବା ଭବନ ପାଇଁ କଡ଼ା SOP, ୯.୩୦ ସୁଦ୍ଧା ଅଫିସ୍‌ରେ ପହଞ୍ଚିବେ କର୍ମଚାରୀ।ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦେବାକୁ ଘୋଷଣା କରିଛି କଂଗ୍ରେସ ।

 

୨-ଭୁବନେଶ୍ୱର:ଅକ୍ଟୋବର ମାସରେ ପ୍ରଚଣ୍ଡ ଖରା, ୩୭ ଡିଗ୍ରୀ ପାଖାପାଖି ପହଞ୍ଚିଲାଣି ପାରଦ।

 

୩-ଆଜି ଗଡିବନି ଅନଲାଇନ୍ କିମ୍ବା ଅଫଲାଇନ୍ ଅଟୋ, ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ।

 

୪-ଆଜି ଚାଲିବ ବସ୍, ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ରାଜ୍ୟ ବସ୍ ମାଲିକ ସଂଘ।

 

୫-ଭୁବନେଶ୍ୱର:୯ରୁ ନାମାଙ୍କନ, ୧୫ରେ ମତଦାନ; ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି।

 

୬-ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ନାଗରିକମାନଙ୍କ ପାଇଁ ବଡ଼ ଘୋଷଣା, SEBCଙ୍କ ପାଇଁ ଗଠନ ହେଲା କମିଶନ।ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଏହି କମିଶନର ଅଧ୍ୟକ୍ଷ।

 

୭-ମୌସୁମୀ ବିଦାୟ ବେଳେ ବଦଳିଲା ପାଣିପାଗ; ୩ ଦିନ ଝଡ଼-ବର୍ଷା, ବଜ୍ରପାତ ଆଶଙ୍କା, ଏକାଧିକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି।

 

୮-ହବିଷିଆଳି ପଞ୍ଜୀକରଣ ଆରମ୍ଭ ; ୨୫ ଶହ ମହିଳାଙ୍କୁ ମିଳିବ ସୁଯୋଗ।ଅସୁସ୍ଥ ଥିଲେ ମନୋନୀତ କରାଯିବ ନାହିଁ।

 

୯-ପୂଜା ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା, ରାଜଧାନୀରେ ଏ ବର୍ଷ ୧୯୮ ପୂଜା ପେଣ୍ଡାଲ।

 

୧୦-କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ ସୁରିନାମର ରାଷ୍ଟ୍ରଦୂତ ହନିସା ଜୟରାମ,କହିଲେ- ଶିକ୍ଷା ହିଁ ବିକାଶର ଚାବିକାଠି।

 

୧୧-ଭୁବନେଶ୍ୱର:ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପର ପ୍ରସ୍ତୁତି, BMCର ୮ ଜଣିଆ ଟିମ୍‌ର ଚଢ଼ାଉ।ଖଟା ପାଣିରେ ମିଶୁଥିଲା

ଶୈ।ଚାଳୟ ପାଣି!

 

୧୨-କଟକ:ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଗିରଫ ଭୟରେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ବିଦ୍ୟାଭାରତୀ।

 

୧୩-କଟକ,କାଠଯୋଡି କୂଳ: ଦଶହରା ପୂର୍ବରୁ ଚାଞ୍ଚଲ୍ୟ, ଯୁବତୀଙ୍କ ଦୁଇ ଆଖି ତାଢି ମୂହଁକୁ ପଥରରେ ଛେଚି ନିର୍ମମ ହତ୍ୟା।

 

୧୪-ଓଡ଼ିଆ DGP ଚୟନ ପ୍ରକିୟା ମାମଲା:ଆଜି ଆସିପାରେ ସୁପ୍ରିମକୋର୍ଟଙ୍କ ରାୟ।

 

୧୫-ICC ଟି୨୦ ମାନ୍ୟତା:୭ମ ସ୍ଥାନକୁ ଉଠିଲେ ଶ୍ରେୟସ ଆୟର।

 

୧୬-ପୂର୍ବ ଦିଲ୍ଲୀରେ ଭୁଶୁଡିଲା ୪ ମହଲା କୋଠା, ଭଙ୍ଗା ଘର ତଳେ ଲୋକେ ଦବି ରହିଥିବା ଆଶଙ୍କା।

 

୧୭-୨୫ ବେସିସ୍ ପଏଣ୍ଟ ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ ବ୍ୟାଙ୍କ ଋଣ।

 

୧୮-ୱାଶିଂଟନ:କ୍ୟାପଟେନ ସ୍ମିତଙ୍କ ସମ୍ମାନରେ ଆମେରିକା ସଂସଦରେ ପ୍ରସ୍ତାବ ପାରିତ।

 

୧୯-ରସାୟନ ବିଜ୍ଞାନରେ ନୋବେଲ୍: ହେନେରୀ ବି. କାଗନ ଓ କେନ୍ସୋ ସୋଆଇଙ୍କୁ ମିଳିବ ସମ୍ମାନ।

 

୨୦-ନୂଆ ଦିଲ୍ଲୀ:ଟଙ୍କା ପାତାଳଗାମୀ, ଡଲାର ତୁଳନାରେ ମୂଲ୍ୟ ୯୭ ସ୍ତରରେ।