October 8, 2026

ବନ୍ଦ ବେଳେ ଅସହାୟଙ୍କ ସାହା ହେଲେ ସୁଧୀର ହସ୍ପିଟାଲରୁ ଡିସ୍ଚାର୍ଜ ରୋଗୀଙ୍କୁ ଅଟୋରେ ଘରେ ପହଞ୍ଚାଇଲେ କଂଗ୍ରେସ ନେତା

IMG-20261008-WA0001
Share

 

 

ସମ୍ବଲପୁର, ୮/୧୦:ଓଡ଼ିଶା ବନ୍ଦ ସମୟରେ ସମ୍ବଲପୁର ସହରରେ ଦେଖିବାକୁ ମିଳିଛି ମାନବିକତାର ଏକ ନିଆରା ଦୃଶ୍ୟ। ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଥିବା ଧମା ଅଞ୍ଚଳର କିଛି ରୋଗୀ ଓ ସେମାନଙ୍କ ପରିବାର ଘରକୁ ଫେରିବା ନେଇ ଅସୁବିଧାରେ ପଡ଼ିଥିଲେ। ଏଭଳି ସମୟରେ ସେମାନଙ୍କ ପାଇଁ ସାହାରା ହୋଇଥିଲେ କଂଗ୍ରେସ ନେତା ସୁଧୀର ପଣ୍ଡା।

 

ବନ୍ଦ ଯୋଗୁଁ ସାଧାରଣ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବାରୁ ଡିସ୍ଚାର୍ଜ ରୋଗୀମାନେ ଘରକୁ ଫେରିବା ପାଇଁ ଗାଡ଼ି ପାଇପାରୁନଥିଲେ। ଏହା ଜାଣିବା ପରେ ସୁଧୀର ପଣ୍ଡା ନିଜ ପ୍ରୟାସରେ ଅଟୋ ବ୍ୟବସ୍ଥା କରି ରୋଗୀ ଓ ସେମାନଙ୍କ ପରିବାରକୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇଥିଲେ।ବନ୍ଦ ଓ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟରେ ଜଣେ ଅସହାୟ ରୋଗୀ ଓ ପରିବାରର ଅସୁବିଧାକୁ ବୁଝି ସହଯୋଗର ହାତ ବଢ଼ାଇବା ଘଟଣା ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସୁଧୀର ପଣ୍ଡାଙ୍କ ଏହି ମାନବିକ ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।‘ରାଜନୀତିଠାରୁ ମଣିଷ ବଡ଼’ ଏହି ବାର୍ତ୍ତା ଦେଇଥିବା ଏଭଳି ଉଦ୍ୟମ ସମାଜରେ ମାନବିକତା ଓ ସହଯୋଗର ଭାବନାକୁ ଆହୁରି ମଜବୁତ କରିବ ବୋଲି ମତ ପ୍ରକାଶ ପାଇଛି।