October 8, 2026

ମଦ କୋଠି ଗୁଡିକ ବନ୍ଦ ଦାବି ନେଇ ଗ୍ରାମବାସୀଙ୍କ ଦାବିପତ୍ର ପ୍ରଦାନ

IMG-20261007-WA0025
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଛଲା ପଞ୍ଚାୟତ ଅଧିନସ୍ତ କୁମଜୋର ଗ୍ରାମରେ ଦିନକୁ ଦିନ ଦେଶୀ ମଦ କାରବାର ବୃଦ୍ଧି ପାଇ ଚାଲିଥିବାକୁ ବିରୋଧ କରି ଶତାଧିକ ଗ୍ରାମବାସି ଜୟପାଟଣା ଥାନାରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ,ଉଚ୍ଛଲା ପଞ୍ଚାୟତ ଅନ୍ତର୍ଗତ କୁମଜୋର ଗ୍ରାମରେ ଦିନକୁ ଦିନ ଦେଶୀ ମଦ କାରବାର ବୃଦ୍ଧି ପାଇଚାଲିଥିବାବେଳେ, ଗ୍ରାମର ବିଭିନ୍ନ ସ୍ଥାନରେ ମଦ କୋଠି ଗୁଡିକ ଚାଲୁଥିବା ଯୋଗୁଁ ଗାଁ ରେ ପ୍ରାୟ ପ୍ରତ୍ୟେକ ଘରେ ମହିଳା ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ମଦ ପିଆକୁ ନେଇ ପ୍ରାୟତଃ ଅଧିକାଂଶ ଦିନ ଘରେ ଘରେ କଳହ ଲାଗିରହୁଛି। ମହିଳାଙ୍କୁ ଗାଳିଗୁଲଜ ସହ ମାରପିଟର ଶିକାର ହେବାକୁ ପଡିଥାଏ। ଗ୍ରାମର ବୟସ୍କ ଲୋକମାନେ ଏପରି ଅଭ୍ୟସ୍ତ ହୋଇସାରିଲେଣି ଯେ’ସେମାନେ ଘରର ମହିଳାଙ୍କ ଠାରୁ ଯୋର ଜବରଦସ୍ତ ମଦ ପିଇବାପାଇଁ ଟଙ୍କା ମାଗିବା ସହ, ସୁନା ଗହଣା ମଧ୍ୟ ବନ୍ଧା ପକାଇ ଏପରିକି କଣ୍ଟ୍ରୋଲରୁ ମିଳୁଥିବା ଚାଉଳ ମଧ୍ୟ ବିକ୍ରି କରି ମଦ ପିଉଛନ୍ତି। ଗ୍ରାମର ବୟସ୍କ ବ୍ୟକ୍ତିଙ୍କ ସହ ଛୋଟ ଛୋଟ ପିଲାମାନେ ମଦ ପିଇବା ନେଇ ଚିନ୍ତାଜନକ ବିଷୟ ପାଲଟିଛି।ଏହାଛଡା ଗାଁ ରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ଚାଲୁଥିବା ତଥା ଅପରାଧିକ ମାମଲା ବୃଦ୍ଧି ପାଉଥିବା ଏକ ସାଧାରଣ କଥାରେ ପରିଣତ ହୋଇଛି ।ଏହାକୁ ପ୍ରତିବାଦ କରି ଗ୍ରାମର ଶତାଧିକ ମହିଳାଙ୍କ ସହ କିଛି ବୁଦ୍ଧିଯିବି ଜୟପାଟଣା ଥାନାରେ ଅଭିଯୋଗ କରିବା ସହ, ତୁରନ୍ତ କାର୍ୟାନୁଷ୍ଠାନ ଗ୍ରହଣ କରି ଗାଁ ରେ ଥିବା ମଦ କୋଠି ଗୁଡିକୁ ବନ୍ଦ କରିବା ପାଇଁ ଥାନା ଅଧିକାରିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।