ସଙ୍କୁରୁରେ ଗ୍ରାମପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ
ବୁଗୁଡ଼ା :ତା ୦୬/୧୦/୨୬ 🙁 ହର ପ୍ରସାଦ ପାଢି) ବୁଗୁଡ଼ା ବ୍ଲକ ଅନ୍ତର୍ଗତ ସଙ୍ଗୁରୁ ପଞ୍ଚାୟତ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ
ଛତ୍ରପୁର ଏଡିଏମ୍ ସୁନୀଲ କୁମାର କେରେକେଟା , ବୁଗୁଡ଼ା ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ଓ ତହସିଲଦାର ତାପସ ରାଉତ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ମୋଟ ୧୧ଜଣ ହିତାଧିକାରୀ ନିଜର ନାମ ପଞ୍ଜୀକରଣ କରିଥିଲା ବେଳେ ସେଥି ମଧ୍ୟରୁ ୮ଟି ସମାଧାନ କରାଯାଇଥିଲା। ଏଥିସହିତ ପଞ୍ଚାୟତର ବିକାଶ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଙ୍କୁରୁ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ରାଉତ, ଗୋଷ୍ଠୀ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଜ୍ୟୋତିରଞ୍ଜନ ସାହୁ, ସିଡିପିଓ ବବିତା ପଣ୍ଡା, ଏବିଡିଓ ଧର୍ମରାଜ ପରିଡା, ସହକାରୀ ଉଦ୍ୟାନ କୃଷିଅଧିକାରୀ ଏମ୍.ଦେବାଶିଷ ଦୋରା ,ବ୍ଲକ୍ କୃଷି ଅଧିକାରୀ ହରପ୍ରିୟା ବେହେରା, ବିଭିଓ ଶୁଭେନ୍ଦୁ ଶେଖର ରାଉତ, ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ଫରେଷ୍ଟର ସୁକାନ୍ତ କୁମାର ପଟ୍ଟନାୟକ,ସହକାରୀ ମତ୍ସ୍ୟ ବିଭାଗ ଅଧିକାରୀ ସିଦ୍ଧାର୍ଥ ସାର୍ଥକ ପ୍ରଧାନ, ମୃତ୍ତିକା ସଂରକ୍ଷଣ ଓଭରସିୟର ଦେବଦତ୍ତ ଶତପଥୀଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।
