ବଜାର ଗୃହ ଓ ରୋଷେଇ ଗୃହ ଉଦଘାଟନ କଲେ ବିଧାୟକ ….
ପାତ୍ରପୁର ସ୍ଥିତ କୁଠାରି ମନ୍ଦିର ବଜାର ଗୃହ ଓ ରୋଷେଇ ଗୃହ ମଙ୍ଗଳବାର ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାତ୍ରପୁର ବିଡିଓ ଲକ୍ଷ୍ମଣ ଚରଣ ସୋରେନ, ପାତ୍ରପୁର ତହସିଲଦାର ଅଶୋକ କୁମାର ପଟ୍ଟନାୟକ, ୱାଇ. ମୋହନ ରାଓ, ସମାନ୍ତିଆପଲ୍ଲୀ ସମିତି ସଭ୍ୟ ପ୍ରଶାନ୍ତ କୁମାର ସାହୁ, ବି. ନୂଆଗାଁ ସମିତି ସଭ୍ୟ, ପି. ସଚ୍ଚିଦାନନ୍ଦ ସୁବୁଦ୍ଧି, ପୁରୋହିତ ରଘୁନାଥ ଶତପଥୀ, ସୂର୍ଯ୍ୟ ନାରାୟଣ ପାଢ଼ୀ, ସୁରେଶ କୁମାର ପଟ୍ଟନାୟକ, ସମୀର କୁମାର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକଙ୍କ ପାଣ୍ଠିରୁ ଏହି ଗୃହ ନିର୍ମାଣ ହୋଇଥିବା ବେଳେ ଅଞ୍ଚଳବାସୀ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । (ଚିକିଟି ଶୁଭଶ୍ରୀ ପ୍ରଧାନ )
