September 29, 2026

ବରପାଲି– ବରପାଲି ବ୍ଲକ ଖେମେସରା ରୁ ଜଗନ୍ନାଥ ନଗର ରାସ୍ତାକୁ ନେଇ ରାଜନୈତିକ ବିବାଦ, ରାସ୍ତା ନିର୍ମାଣକୁ ନେଇ ବିଜେପି ର ସାମ୍ବାଦିକ ସମ୍ବିଲିନି 

IMG-20260929-WA0044
Share

 

ବରପାଲି : ବରଗଡ଼ ଜିଲ୍ଲା ବରପାଲି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସ୍ଥାନୀୟ ଆଇବି ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବରପାଲି ନଗର ମଣ୍ଡଳ ବିଜେପି ସଭାପତି ପ୍ରତାପ କେଶରୀ ସିଂ ଏଥିରେ ଖେମେସରାରୁ ଜଗନ୍ନାଥ ନଗରକୁ ସଂଯୋଗ କରୁଥିବା ପ୍ରାୟ ୪ କିଲୋମିଟର ଦୀର୍ଘ ପଞ୍ଚାୟତ ସମିତି ରାସ୍ତା ସମ୍ପର୍କରେ ଦଳର ପକ୍ଷ ରଖିଥିଲେ। ଶ୍ରୀ ସିଂଙ୍କ କହିବାନୁସାରେ, ଏକ ଦୈନିକ ଖବରକାଗଜରେ ପ୍ରକାଶିତ ଖେମେସରା–ଜଗନ୍ନାଥ ନଗର ରାସ୍ତା ସମ୍ପର୍କିତ ଖବର ପରିପ୍ରେକ୍ଷୀରେ ଏହି ରାସ୍ତାର ବାସ୍ତବ ସ୍ଥିତି ସ୍ପଷ୍ଟ କରିବା ଆବଶ୍ୟକ। ତାଙ୍କ ଦାବି ଅନୁଯାୟୀ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟାଙ୍କ ପ୍ରଚେଷ୍ଟାରେ ୨୫ ଜୁନ ୨୦୨୬ର ପତ୍ର ସଂଖ୍ୟା ୧୪୦/୨୫ ଅନୁସାରେ ଏହି ରାସ୍ତା ଓଡ଼ିଶା ସରକାରଙ୍କ ନିକଟରେ ପଞ୍ଜିକୃତ ହୋଇଥିବା ସହ ଏହାକୁ ବର୍ତ୍ତମାନ ଅନୁମୋଦନ ମିଳିସାରିଛି। ଖୁବ୍‌ଶୀଘ୍ର ରାସ୍ତା ନିର୍ମାଣ କାମ ଆରମ୍ଭ ହେବ ବୋଲି ସେ କହିଥିଲେ।ଏହି ପ୍ରସଙ୍ଗରେ ପୂର୍ବତନ ବିଧାୟକ ଅଶୋକ କୁମାର ପାଣିଗ୍ରାହୀ ରାସ୍ତା ନିର୍ମାଣ ପ୍ରସଙ୍ଗର ଶ୍ରେୟ ନେବାକୁ ଉଦ୍ୟମ କରୁଥିବା ଶ୍ରୀ ସିଂ ଅଭିଯୋଗ କରିଥିଲେ। ଏଥିସହ ଶ୍ରୀ ପାଣିଗ୍ରାହୀ ବର୍ତ୍ତମାନ କେଉଁ ରାଜନୈତିକ ଦଳରେ ଅଛନ୍ତି ବୋଲି ପ୍ରଶ୍ନ କରିବା ସହ ବିଜେପି ତାଙ୍କୁ ନିଲମ୍ବିତ କରିସାରିଛି ବୋଲି ସେ କହିଥିଲେ। ରାସ୍ତା ପ୍ରସଙ୍ଗରେ ତାଙ୍କ ପକ୍ଷରୁ ଦିଆଯାଉଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ ବୋଲି ଶ୍ରୀ ସିଂ ଦାବି କରିଥିଲେ। ରାଜନୈତିକ ସ୍ୱାର୍ଥ ପାଇଁ ଏପରି ଦାବି କରାଯାଉଥିବା ସେ ଅଭିଯୋଗ କରିଥିଲେ।ସାମ୍ବାଦିକ ସମ୍ମିଳନୀରେ ଆଗଲପୁର ମଣ୍ଡଳ ବିଜେପି ସଭାପତି ପ୍ରଦୀପ ପଧାନ, ସତଲମା ମଣ୍ଡଳ ସଭାପତି ପ୍ରଶାନ୍ତ ସାହୁଙ୍କ ସମେତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

You may have missed