September 29, 2026

ସଡ଼କଦୁର୍ଘଟଣା ନେଲା ଜୀବନ ଦୁଇ ମାସରୁ ଅଧିକ ସମୟ ଧରି ମୃତ୍ୟୁ ସହ ସଂଗ୍ରାମ, ଶେଷରେ ଆଖି ବୁଜିଲେ ତପସ୍ୱିନୀ

IMG-20260929-WA0043
Share

 

 

ବରଗଡ଼:

ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜଣେ ସୁସ୍ଥ ସବଳ ମହିଳାଙ୍କ ଜୀବନ ଅକାଳରେ ଚାଲିଗଲା। ବରଡୋଲ ଗ୍ରାମର ତପସ୍ୱିନୀ ସ୍ୱାଇଁ (୫୦)ଙ୍କର ସୋମବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଗତ ଜୁନ୍ ୨୧ ତାରିଖରେ ତପସ୍ୱିନୀ ଏକ ମୋଟରସାଇକେଲ ଯୋଗେ ବରଡୋଲରୁ ବରପାଲି ଯାଉଥିବା ସମୟରେ ବାଲିଝୁରି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କ ସମ୍ମୁଖରୁ ଏକ ଗାଡ଼ି ଭୁଲ୍ ରାସ୍ତାରେ ହଠାତ୍ ଆସିଯିବାରୁ ମୋଟରସାଇକେଲ ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ତପସ୍ୱିନୀ ବାଇକରୁ ଛିଟିକି ତଳେ ପଡ଼ିଯାଇଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ତାଙ୍କୁ ବୁର୍ଲାସ୍ଥିତ ବିକାଶ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ସମୟ ଧରି ସେଠାରେ ଚିକିତ୍ସିତ ହେବା ପରେ କିଛିଦିନ ପୂର୍ବରୁ ତାଙ୍କୁ ଘରକୁ ଡିସ୍ଚାର୍ଜ କରାଯାଇଥିଲା। ସେତେବେଳେ ମଧ୍ୟ ସେ କୋମା ଅବସ୍ଥାରେ ଥିଲେ।

ରବିବାର ରାତିରେ ତାଙ୍କ ଶ୍ୱାସକ୍ରିୟାରେ ଅସୁବିଧା ଦେଖାଦେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ବରଗଡ଼ ବିକାଶ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସା ଚାଲିଥିବାବେଳେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା।

 

ତପସ୍ୱିନୀଙ୍କ ମୃତ୍ୟୁରେ ବରଡୋଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏକ ମୁହୂର୍ତ୍ତର ବେପରୁଆ ଗାଡ଼ି ଚାଳନା ଯେ କିପରି ଏକ ପରିବାରର ଜୀବନକୁ ଦୁଃଖରେ ଭରିଦିଏ, ତପସ୍ୱିନୀଙ୍କ ମୃତ୍ୟୁ ତାହାର ଏକ ଦୁଃଖଦ ଉଦାହରଣ।

You may have missed