September 13, 2026

ପୁରୀ–କୋରାପୁଟ ଟ୍ରେନକୁ ଜୟପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ଦାବି

IMG-20260913-WA0010
Share

 

କୋରାପୁଟ, ୧୩ ସେପ୍ଟେମ୍ବର: ନୂତନ ଆରମ୍ଭ ହୋଇଥିବା ପୁରୀ–କୋରାପୁଟ ଏକ୍ସପ୍ରେସ୍ (୧୮୪୦୭/୧୮୪୦୮)କୁ ଜୟପୁର ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଦାବି ଜୋର ଧରିଛି। ଜୟପୁର ଜାଗରଣ ପରିଷଦ ସମେତ ବିଭିନ୍ନ ସଂଗଠନ ପୂର୍ବତଟ ରେଳବାଇକୁ ସ୍ମାରକପତ୍ର ଦେଇ ଯଥାଶୀଘ୍ର ଟ୍ରେନର ସମ୍ପ୍ରସାରଣ ଓ ସମୟସୂଚୀରେ ସଂଶୋଧନ କରିବାକୁ ଦାବି କରିଛନ୍ତି। ଦାବିକାରୀମାନଙ୍କ କହିବା ଅନୁଯାୟୀ, ଟ୍ରେନଟି ଜୟପୁର ପର୍ଯ୍ୟନ୍ତ ଚାଲିଲେ କୋରାପୁଟ ଜିଲ୍ଲାର ଲକ୍ଷାଧିକ ଯାତ୍ରୀଙ୍କ ଯାତାୟାତ ସୁବିଧା ବଢ଼ିବ। ବିଶେଷକରି ଚିକିତ୍ସା, ଶିକ୍ଷା, ବ୍ୟବସାୟ ଓ ପୁରୀକୁ ଯାତ୍ରା କରୁଥିବା ଲୋକମାନେ ଏଥିରୁ ବହୁତ ଉପକୃତ ହେବେ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ଜନପ୍ରତିନିଧି ଓ ସାମାଜିକ ସଂଗଠନମାନେ ମଧ୍ୟ ଏହି ଦାବିକୁ ସମର୍ଥନ କରି ରେଳ ମନ୍ତ୍ରାଳୟ ଏହାକୁ ସକାରାତ୍ମକ ଭାବେ ବିଚାର କରିବ ବୋଲି ଆଶା ପ୍ରକାଶ କରିଛନ୍ତି। (ଗୁପ୍ତେଶ୍ୱର ରଥ କୋରାପୁଟ)

You may have missed