ବେଆଇନ୍ ବନ୍ଧୁକ କାରଖାନା ଉପରେ ଚଢ଼ାଉ ୫ ବନ୍ଧୁକ ସହ ୩ ଗିରଫ
ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକ ଙ୍କ ରିପୋର୍ଟ ( ଉପାନ୍ତ ଖବର ) .ତାରସିଂ ଥାନା ପୋଲିସ ଅଧିକାରି ଶୁଭଲକ୍ଷ୍ମୀ ପୂଜାରି ଙ୍କ ନେତୃତ୍ବରେ ଏକ ବେଆଇନ୍ ବନ୍ଧୁକ କାରଖାନା ଠାବ କରାଯିବା ସହ ଶୁକ୍ର ବାର ମଧ୍ୟ ରାତ୍ରରେ ଚ଼ଢ଼ାଉ କରି ୫ ଟି ( ଏସ୍ ବି ଏମ୍ ଏଲ) ସିଙ୍ଗଲ୍ ବ୍ୟାରେଲ୍ ମଜର ଲୋଡିଙ୍ଗ ଦେଶୀ ବନ୍ଧୁକ ସହ ୩ ଜଣ ଅଭିଯୁକ୍ତଙ୍କ ଗିରଫ କରାଯାଇଛି । ସୂଚନା ମୁତାବକ ୧୧ ତାରିଖ ରାତ୍ର ପ୍ରାୟ ୨ ଘଣ୍ଟ ସମୟରେ ତାରସିଙ୍ଗ୍ ଥାନା ଅନ୍ତର୍ଗତ ବଦାଙ୍ଗି ଗୋପନାଗର ଛକ ନିକଟରେ ବେଆଇନ୍ ଭାବେ ଦେଶୀ ବନ୍ଧୁକ ତିଆରି ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା ଏହାପରେ ତାରସିଂଗ ଥାନା ଓ ଗାଲେରି ପୋଲିସ ମିଳିତ ଟିମ୍ ଉକ୍ତସ୍ଥାନରେ ଚ଼ଢାଉ କରିଥିଲା I ଚ଼ଢାଉ ସମୟରେ ପୋଲିସ ବିଲେଇ ସାହି ଗ୍ରାମର ତିନିଜଣକୁ ଗିରଫ କରିଥିଲା । ତଲାସି ବେଳେ ସେମାନଙ୍କ ପାଖରୁ ୫ ଟି ଦେଶୀ ବନ୍ଧୁକ ଜବତ ହୋଇଥିଲା । ଏବଂ ବନ୍ଧୁକ ତିଆରି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ଜନ୍ତ୍ରପାତି ମଧ୍ୟ ଜବତ ହୋଇଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଏଠାରେ ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି କରି ଗ୍ରାହକଙ୍କୁ ଯୋଗାଉ ଥିବା ମାନିଥିଲେ ବୋଲି ପୋଲିସ ସୂଚ଼ନା ଦେଇଛି । ଏନେଇ ତାରସିଂଗ ଥାନାରେ କେସ ନଂ ୩୩୭/ ୧୨.୦୯.୨୦୨୬ ରୁଜୁ ହୋଇଛି । ଆର୍ମସ ଆକ୍ଟ ଧାରା ୨୫(୧)(A). ୨୫(୧-b)(A) ଓ ୨୫(୧-b) (C) ଅନୁଯାୟୀ ମାମଲା ରୁଜୁ କରାଯାଇଛି । ତାରସିଂଗ ଥାନା ପୋଲିସ୍ ତରଫରୁ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରି ଶୁଭଲକ୍ଷ୍ମୀ ପୂଜାରି ସୁଚନା ଦେଇଛନ୍ତି ।
