ସରକାରୀ ବି. କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ
ସୋରଡ଼ା,୦୮/୦୯, ସୋରଡ଼ା ବ୍ଲକ୍ସ୍ଥିତ ସରକାରୀ ବି. କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଦାର୍ଶନିକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଓ ଶିକ୍ଷା କ୍ଷେତ୍ରକୁ ତାଙ୍କ ଅବଦାନ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଆଲୋକପାତ କରିଥିଲେ।ପ୍ରଧାନ ଶିକ୍ଷକ ବିନ୍ଦୁଲାଲ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଗୁରୁଙ୍କ ମହତ୍ତ୍ୱ ଓ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଶିକ୍ଷକଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା। ସଂସ୍କୃତ ଶିକ୍ଷକ ଶ୍ୟାମଘନ ଗୌଡ଼ ବେଦମନ୍ତ୍ର ପାଠ କରିଥିବା ବେଳେ ଛାତ୍ରୀ ସାବିତ୍ରୀ ଓ ଅଞ୍ଜଳି ଗୌଡ଼ ‘ଗୁର୍ବାଷ୍ଟକମ୍’ ଗାନ ପରିବେଷଣ କରିଥିଲେ। ଶ୍ରୀ ଗୌଡ଼ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ମାର୍ଗଦର୍ଶନରେ ଗୁରୁଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ସନାତନ ପ୍ରଧାନ, ନମିତା କୁମାରୀ ପଟ୍ଟନାୟକ, ଗୋଲକ ବିହାରୀ ପ୍ରଧାନ, ମାମା ପ୍ରଧାନ, ବିଜୟ କୁମାର ବେହେରା, ଜଗନ୍ନାଥ ମଲ୍ଲିକ, ସମୀର କୁମାର ଜେନା, ଝୁନା ପାଇକ, ବିଶ୍ୱରଂଜନ ସ୍ୱାଇଁ ଓ ଚନ୍ଦନା ସାହୁଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସଂସ୍କୃତ ଶିକ୍ଷକ ଶ୍ୟାମଘନ ଗୌଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରୀ କାଜଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
