September 8, 2026

କୁଜଙ୍ଗ କୁ NAC ଘୋଷଣା ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ

IMG-20260908-WA0054
Share

      କୁଜଙ୍ଗ କୁ NAC ଘୋଷଣା ଦାବି ଏବେ ଜୋର୍ ଧରିଛି। କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏନେଇ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ଦିର୍ଘ ସାଢେ଼ ତିନି ବର୍ଷ ହେଲା ଧାରଣା ଏବଂ ଦାବିପତ୍ର ଦିଆ ଯାଉଥିଲେ ମଧ୍ୟ ରାଜ୍ୟ ସରକାର କୁଜଙ୍ଗ କୁ NAC ଘୋଷଣା କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ମଞ୍ଚ ଅଭିଯୋଗ କରିଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଜଙ୍ଗ କୁ NAC ଘୋଷଣା କରିଥିଲେ ଏବଂ ଏଥିପାଇଁ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ତିଆରି ହୋଇଥିଲା। ବିଜେପି ସରକାର ଆସିବା ପରେ କୁଜଙ୍ଗ ବାଦ୍ ଦିଆଯାଇଥିଲା। ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଙ୍କ ପ୍ରତିଶୃତି ଅନୁଯାୟୀ ବାକି ଥିବା କାଗଜପତ୍ର କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଆସନ୍ତା ବର୍ଷ ରେ ପଞ୍ଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ସମସ୍ତ ବ୍ୟବସ୍ଥା ଆରମ୍ଭ କରିଲେଣି। ମାତ୍ର କୁଜଙ୍ଗ କୁ NAC ଘୋଷଣା କରାଯାଉନଥିବାରୁ ଏବେ ଆଶଙ୍କା ସୃଷ୍ଟି ହୋଇଛି। କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲିବ ଏବଂ ଉକ୍ତ ଦାବି ପତ୍ର କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ପଠାଯିବ ବୋଲି ମଞ୍ଚର ଆବାହକ ରଘୁନାଥ ସାହୁ ପ୍ରକାଶ କରିଛନ୍ତି।

( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed