ତିର୍ତ୍ତୋଲରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ..
ତିର୍ତ୍ତୋଲ ::-୭/ ୯ /୨୬ତିର୍ତୋଲ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ତେନ୍ତୁଳିପଦା ସ୍ଥିତ ଏକ ଘରୋଇ ମଣ୍ଡପରେ ଓଡ଼ିଶାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ପ୍ରମୁଖ ବିନ୍ଧାଣି ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ୨୩ତମ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ପ୍ରାତଃ ସମୟରେ ମହାନଦୀ ଠାରେ ତିଳ ତର୍ପଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଓପିସିସି ଉପ-ସଭାପତି ଲଲାଟେନ୍ଦୁ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ଓପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ ଏବଂ ଓପିସିସି କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମଲ୍ଲିକ ଯୋଗଦେଇଥିଲେ ।
ବକ୍ତାମାନେ ସ୍ୱର୍ଗତ ବିଶ୍ୱାଳଙ୍କ ଓଡ଼ିଶା ପ୍ରତି ଅବଦାନ ବିଷୟରେ ଆଲୋକପାତ କରିଥିଲେ ଏବଂ
ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ମୁତି ଚାରଣ କରିଥିଲେ । ଏହି ଅବସରରେ ସମାଜସେବୀ ରବିନ୍ଦ୍ର ବେହେରା, ଶାନ୍ତିଲତା ଦାଶ, ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ସ୍ୱାଇଁ ଓ ସାମ୍ବାଦିକ ବନ୍ଧୁମାନଙ୍କୁ ସମ୍ମାନିତ କରାଯାଇଥିଲା।
ବ୍ଲକ କଂଗ୍ରେସ ସଭାପତି ସଫି ଆଜମ୍ଙ୍କ ତତ୍ତ୍ୱାବଧାନରେ ଓ ବ୍ଲକ କଂଗ୍ରେସ ଉପ-ସଭାପତି ଜିତେନ୍ଦ୍ର କୁମାର ମହାନ୍ତି ଙ୍କ ସଭାପତିତ୍ବରେ
ଆୟୋଜିତ ଏହି ସଭାରେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଦସ୍ୟ ଲକ୍ଷ୍ମୀଧର ଦାଶ, ଉପ-ସଭାପତି ମହମ୍ମଦ ଅବଦୁଲ ୱାହିଦ୍, ପ୍ରଶାନ୍ତ ଦାସ, ଅଶ୍ୱିନୀ ସ୍ୱାଇଁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଶୁଭ ନାରାୟଣ ନାୟକ, ଧନଞ୍ଜୟ ସୂତାର, ସମ୍ପାଦକ ସରୋଜିନୀ ପରିଜା, ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ଉପ-ସଭାପତି ରଞ୍ଜନ ମହାପାତ୍ର, ସୁଶାନ୍ତ ନାୟକ, ଅତହର ଅଲ୍ଲୀ, ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ଦାସ, ମଣିଜଙ୍ଗା ସରପଞ୍ଚ ଶଶଧର ମଲ୍ଲିକ, ଗରାମ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚୟନୀ, ପିପ୍ପଳମାଧବ ସମିତି ସଭ୍ୟ ସୁନିଶ୍ଚିତା ସାହୁ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ନିହାର ରଞ୍ଜନ ଦାସ, ଜୋନ୍ ସଭାପତି ଶୁଭାଶିଷ ସ୍ୱାଇଁ, ଧ୍ରୁବଚରଣ ପରିଡା, ଅଜୟ ବସ୍ତିଆ, ବିଜୟ କୁମାର ପୃଷ୍ଟି, ସତ୍ୟରଞ୍ଜନ ସାହୁ, ରମେଶ ସ୍ୱାଇଁ, ବ୍ରଜ କିଶୋର ମଲ୍ଲିକ, ମାନସ ନନ୍ଦ, ପ୍ରତାପ ଚୌଧୁରୀ, ନିରଞ୍ଜନ ମହାନ୍ତି, ପ୍ରଦୀପ୍ତ ଶତପଥୀ, ଶଙ୍କର ଦାସ, ମନୋଜ ବେହେରା, ସୁକାନ୍ତ ସେଠୀ, ଗଗନ ସାହୁ, ସୁରେଶ ମଲ୍ଲିକ, ମଳୟ ବାରିକଙ୍କ ସମେତ ଶତାଧିକ ବସନ୍ତ ପ୍ରେମୀଯୋଗଦେଇଥିଲେପରିଶେଷରେ ଗରାମ ପଞ୍ଚାୟତ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
