କୋଟପାଡ଼ରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି-୬୪ ଅଭିଯୋଗ ମଧ୍ୟରୁ ୯ଟିର ତତ୍କାଳ ସମାଧାନ

କୋଟପାଡ଼, ୦୭/୦୯/୨୦୨୬: କୋଟପାଡ଼ ବ୍ଲକ୍ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା।
ଶୁଣାଣିରେ ମୋଟ ୬୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୧୧ଟି ଗୋଷ୍ଠୀଗତ ଓ ୫୩ଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ଏଥିମଧ୍ୟରୁ ୯ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।
ଜିଲ୍ଲାପାଳ ଅଭିଯୋଗଗୁଡ଼ିକ ଶୁଣି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିୟମାନୁଯାୟୀ ତ୍ୱରିତ ସମାଧାନ କରିବା ସହ ଅଭିଯୋଗଗୁଡ଼ିକର ଅଗ୍ରଗତି ନିୟମିତ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରୋହିତ ବର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବେଣୁଧର ଶବର, ପ୍ରଶିକ୍ଷଣାଧୀନ ଅଧିକାରୀ, କୋରାପୁଟ, ଉପଜିଲ୍ଲାପାଳ ଶ୍ରୀ ଯଦୁମଣି ନାଏକ, ଜିଲ୍ଲା ବନ ଅଧିକାରୀ ଶ୍ରୀ ରାଜେଶ ପଟେଲ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ରବୀନ୍ଦ୍ର ନାଥ ଦାଶ,ବିଡ଼ିଓ ସନ୍ଧ୍ୟା ସମରଥ. ଜୟପୁର ପି ଏ ଆଇ ଟି ଡି ଏ ତୃପ୍ତି ବରେଇ.ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି. ଏବି ଡିଓ ମନୋଜ କୁମାର ନାୟକ ଙ୍କ ସମେତ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.
