September 8, 2026

ସାରଳାଦାସ ଙ୍କ ଭଗ୍ନ ସ୍ମୃତିସ୍ତମ୍ଭ ନିର୍ମାଣହେଲା, ମାତ୍ର ଆଜିପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ନିର୍ମାଣ ହେଲାନି କାହିଁକି ?

IMG-20260907-WA0069
Share

ତା 7/9/2026 ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ସମ୍ମୁଖରେ 1948 ମସିହା ଫେବୃଆରୀ ବାରତାରିଖ, ମାଘଶୁକ୍ଳ ସପ୍ତମୀ ଦିନ ତତକାଳୀନ ଓଡିଶାର ପ୍ରଧାନମନ୍ତ୍ରୀ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ ଙ୍କ ଦ୍ୱାରା, ବାଣୀବିହାର ନାମକ ସାହିତ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ର ଏକ ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଇଥିଲା l ବହୁବର୍ଷପରେ ତତ୍କାଳୀନ ରାଜ୍ୟବିଧାନସଭା ର ବାଚସ୍ପତି ଶରତଚନ୍ଦ୍ର କର ଙ୍କ ଦ୍ୱାରା ସେହି ସ୍ମୃତିସ୍ତମ୍ଭ ପାର୍ଶ୍ୱରେ ଆଦିକବି ସାରଳାଦାସ ଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଥିଲା l ମାତ୍ର ପୂର୍ବତନ ରାଜ୍ୟସରକାର ଙ୍କ ବୟାଳିଶିକୋଟି ଟଙ୍କା ଆର୍ଥିକ ଅନୁଦାନ ରେ ସାରଳା ପୀଠ ର ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ, ମନ୍ଦିର ସମ୍ମୁଖରେ ଥିବା ଦୋଳମଣ୍ଡପ ଓ ହନୁମାନମନ୍ଦିର ର ସ୍ଥାନାନ୍ତକରଣ କାମବେଳେ, ଦୋଳମଣ୍ଡପ ଛାତଭାଙ୍ଗିଯାଇ, ସ୍ତମ୍ଭ ଓ ପ୍ରତିମୂର୍ତ୍ତି ଉପରେ ଅଜାଡି ହୋଇ ପଡିଯିବାରୁ, ଏହା ଭାଙ୍ଗି ଚୁରମାର ହୋଇଯାଇଥିଲା l ଏହାର ପୁନଃ ନିର୍ମାଣ କରିବାପାଇଁ ରାଜ୍ୟର ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବାରମ୍ବାର ଦାବୀ ହେବା ପରେ, ମାଆଙ୍କ ସିଂହଦ୍ୱାର ପାର୍ଶ୍ୱରେ ସାରଳାଦାସ ଙ୍କ ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇନାହିଁ l ତେବେ ସାରଳାପୀଠ କୁ ଆସୁଥିବା ସାରସ୍ୱତସାଧକ ଓ ବିଶିଷ୍ଟମାନ୍ୟଗଣ୍ୟ ବ୍ୟକ୍ତିମାନେ, ପ୍ରାୟତଃ ମାଆଙ୍କ ଦର୍ଶନକରିବାପରେ ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବାର ଵିଧିବ୍ୟବସ୍ଥା ରହିଆସିଛି l ମାତ୍ର ପ୍ରତିମୂର୍ତ୍ତି କୁ ପିତଳ, ବ୍ରୋଞ୍ଚ ବା ପ୍ରସ୍ତର ରେ ଖୁବଶୀଘ୍ର ନିର୍ମାଣ କରାଯିବ ବୋଲି ପ୍ରଶାସନ ତରଫରୁ ଦୃଢ଼ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ମୃତିସ୍ତମ୍ଭ ପାର୍ଶ୍ୱରେ ପ୍ରତିମୂର୍ତ୍ତି ନିର୍ମାଣ କାହିଁକି ହେଉନି ବୋଲି ସାଧାରଣରେ ଉଦବେଗ ପ୍ରକାଶ ପାଇଛି l ପ୍ରଶାସନର ଏହି କାଳକ୍ଷେପଣ ନୀତି କୁ ଜିଲ୍ଲାର ବହୁ ଆଧ୍ୟାତ୍ମିକ, ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଓ ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସମେତ ଜିଲ୍ଲାର ସାଧୁ ସନ୍ଥ ମହାତ୍ମା ମାନେ ଏହି ପ୍ରତିମୂର୍ତ୍ତି ର ନିର୍ମାଣ ନିମନ୍ତେ, ରାଜ୍ୟସଂସ୍କୃତି ବିଭାଗ, ଓ ଜିଲ୍ଲାପ୍ରଶାସନ ତରଫରୁ ଆଶୁକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦୃଢଦାବୀ କରିଅଛନ୍ତି ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed