September 6, 2026

ପିଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଗୁରୁ ସମ୍ବର୍ଦ୍ଧନା ସମାରୋହ 

IMG-20260906-WA0066
Share

 

 

ବେଗୁନିଆ,(ଉପାନ୍ତ ଖବର ମାନସ ରଞ୍ଜନ କର )ତା- ୬/୯:ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପିଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଶନିବାର ପୂର୍ବାହ୍ନରେ ଗୁରୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ପୌରହିତ୍ୟ ଓ ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ସଂଯୋଜନା କରିଥିଲେ ।ସେବା ନିବୃତ ପ୍ରଧାନ ଶିକ୍ଷକ ତଥା ଉକ୍ତ ବିଦ୍ୟାଳୟ ଶିକ୍ଷା କମିଟିର ସକ୍ରିୟ ସଭ୍ୟ ଶିବ ପ୍ରସାଦ ସାହୁ ମୁଖ୍ୟ ଅତିଥି ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ମହାରଣା ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀ ସାହୁ ଅତୀତ ଓ ସାମ୍ପ୍ରତିକ ଗୁରୁଶିଷ୍ୟ ସମ୍ପର୍କ ଓ ରଷ୍ଟ୍ରଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ରାଷ୍ଟ୍ର ଏବଂ ରାଷ୍ଟ୍ରର ଯୁବ ଗୋଷ୍ଠୀ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଆ ବକୃତା ପ୍ରତିଯୋଗିତାରେ ଶିକ୍ଷକ ସୌମ୍ୟରଞ୍ଜନ ସାହୁ ଓ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ସାମନ୍ତରାୟ ବିଚାରକ ରୂପେ ନବମ ଅଭିମନ୍ୟୁ କରଙ୍କୁ ପ୍ରଥମ ସ୍ଥାନରେ ସ୍ଥାନିତ କରିଥିଲେ ।ନୃତ୍ୟ ପ୍ରତିଯୋଗିତାରେ ଶିକ୍ଷକ ପ୍ରଭାତ କୁମାର ନିଶଙ୍କ ,ଶ୍ରୀକାନ୍ତ ପଣ୍ଡା ଓ ଜ୍ଞାନରଞ୍ଜନ ମହାଳିକ ଦଶମ ଛାତ୍ରୀ ସୁହାନା ଦାସଙ୍କୁ ପ୍ରଥମ ସ୍ଥାନ ଦେଇଥିଲେ l କଣ୍ଠ ସଙ୍ଗୀତରେ ଶିକ୍ଷୟତ୍ରୀ ରିଶ୍ମା ରଶ୍ମୀ ପାଇକରାୟ, ମୋହିନିକାନ୍ତି ଦାସ ଓ ଆଶା ମୁର୍ମୁ ବିଚାରକ ରୂପେ ନିୟୋଜିତ ହୋଇଥିଲେ । ଏଥିରେ ଦଶମ ଶ୍ରେଣୀର ଛାତ୍ରୀ ସୁଚରିତା ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଶିକ୍ଷୟତ୍ରୀ ସୁନୀତା ପୃଷ୍ଟି ଓ ଶିକ୍ଷକ ହିମାଂଶୁ ଭୂଷଣ ସ୍ୱାଇଁ ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ ।ଏଥିରେ ଦଶମ ଶ୍ରେଣୀର ଚତ କାର୍ତ୍ତିକ ଲେଙ୍କା ପ୍ରଥମ ସ୍ଥାନ ଅଧିକାର କରିଥିଲେ ।ଛାତ୍ରଛାତ୍ରୀ ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ପଦଧୌତ କରି ଉତ୍ତରୀୟ ପ୍ରଦାନ କରିବା ସହ ବନ୍ଦାପନା କରିଥିଲେ ।ଶିକ୍ଷୟତ୍ରୀ ସୁନୀତା ପୃଷ୍ଟି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।କୃତି ପ୍ରତଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବଣ୍ଟନ ପରେ ଲକ୍ଷ୍ମୀପ୍ରିୟା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।