September 4, 2026

ଚିପୁଲ ବ୍ରିଜ ଡକାୟତି ମାମଲାରେ ୭ ଗିରଫ ଓ କୋର୍ଟ ଚାଲାଣ

IMG-20260903-WA0046
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଗତ ଅଗଷ୍ଟ ୧୨ ତାରିଖ ଦିନ ଭବାନୀପାଟଣା ସହରର ଉପେନ୍ଦ୍ର ରାଉତ ନାମକ ଜଣେ ବ୍ୟକ୍ତି ଏକ ବୁଲେଟ ବାଇକ (OD 07 AC 4061) ଯୋଗେ ବ୍ୟବସାୟ ଜନିତ ଟଙ୍କା ଆଦାୟ କରିବାପାଇଁ ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ଼ ଅଞ୍ଚଳକୁ ଯାଇଥିଲେ। ଟଙ୍କା ଆଦାୟ ପରେ ସଂଧ୍ୟା ସମୟରେ ଭବାନୀପାଟଣା ଫେରୁଥିବା ବେଳେ, ନର୍ଲା ବ୍ଲକ ଅନ୍ତର୍ଗତ ଚିପୁଲ ବ୍ରିଜ ନିକଟରେ ପ୍ରାୟ ଦଶ ଜଣ ଡକାୟତ ଏକ ଚାରି ଚକିଆ ଗାଡିରେ ଆସି ଉପେନ୍ଦ୍ରଙ୍କୁ ଅତର୍କିତ ଭାବରେ ଠେଙ୍ଗା ଯୋଗେ ଆକ୍ରମଣ କରି ତାଙ୍କ ନିକଟରେ ଥିବା ନଗଦ ୧୮ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ଏନେଇ ଉପେନ୍ଦ୍ର ରାଉତ ନର୍ଲା ଥାନାରେ ଲିଖତ ଭାବରେ ଅଭିଯୋଗ କରିଥିଲେ। ଏହାପରେ ନର୍ଲା ପୋଲିସ ଏକ ମାମଲା ୠଜ୍ଜୁ କରି ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯାଞ୍ଚ ରେ ବିଭିନ୍ନ ସି.ସି.ଟି.ଭି ଫୁଟେଜକୁ ଆଧାର କରି ଗତ ୧ ତାରିଖରେ ବିଭିନ୍ନ ଅଞ୍ଚଳରୁ ୭ ଜଣ ଡକାୟତଙ୍କୁ ଗିରଫ କରି ଥାନାକୁ ଆଣିବା ସହ ସେମାନଙ୍କ ନିକଟରୁ ଦୁଇଟି ଚାରି ଚକିଆ ଗାଡି, ଦୁଇଟି ବାଇକ, ନଗଦ ୩ ଲକ୍ଷ ୮୫ ହଜାର ଟଙ୍କା, ୯ ଟି ମୋବାଇଲ ଓ ୭. ୬୯ ଗ୍ରାମ ସୁନା ଜବତ କରିଥିଲେ। ଗିରଫ ଡକାୟତ ମାନେ ହେଲେ ଭବାନୀପାଟଣାର ମେଦିନୀପୁର ଅଞ୍ଚଳର ଆର୍ଯ୍ୟନ ନାଏକ, ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ସିକେରକୁପା ଗ୍ରାମର ସୁଶାନ୍ତ ଗୌଡ଼ ଓ ପ୍ରଦୀପ ନାଏକ, କାଉଗୁଡା ଗ୍ରାମର ପ୍ରଶାନ୍ତ ଜାଲ, ଲାଞ୍ଜିଗଡ଼ରୋଡ଼ ର ଦେବାଶିଷ ଗୌଡ଼ ଏବଂ ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ଼ ନିକଟସ୍ଥ ବଲବସପୁର ଗ୍ରାମର ବିକାଶ ଚନ୍ଦ୍ର ସାହୁ ଓ ଅଜିତ କୁମାର ସାହୁ। ନର୍ଲା ଥାନାରେ ଜେରା ପରେ ଗତକାଲି ସଂଧ୍ୟାରେ ସମସ୍ତ ୭ ଜଣ ଡକାୟତଙ୍କୁ କୋର୍ଟ ଚାଳାଣ କରାଯାଇଥିବାବେଳେ, ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରିବା ପାଇଁ ତଦନ୍ତ ଚାଲିଥିବା ନେଇ ନର୍ଲା ପୋଲିସ ତରଫରୁ ସୂଚନା ଦିଆ ଯାଇଛି।

You may have missed