ପଲ୍ଲୀଶିକ୍ଷାର ସଂସ୍କାରକ ଥିଲେ ବ୍ରଜମୋହନ ଲରମ୍ଭା କଲେଜରେ ପାଳିତ ହେଲା କଲେଜ ପ୍ରତିଷ୍ଠା ଦିବସ
ବରଗଡ,ତା ୩/୮
ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜର ଆଭ୍ୟନ୍ତରୀଣ କ୍ରୀଡ଼ାଗାର ଠାରେ କଲେଜ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି | ଏହି ଅବସର ରେ ସଭାପତି ଭାବରେ କଲେଜ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି,ମୁଖ୍ୟ ଅତିଥି ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ନିହାରରଞ୍ଜନ ମହାନନ୍ଦ, ମୁଖ୍ୟବକ୍ତା ଦୁତିକା ସାହୁ ମହାବିଦ୍ୟାଳୟ, ଲଇଡା, ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ଜୟନାରାୟଣ ଶତପଥି, ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ମନୋରଞ୍ଜନ ତ୍ରିପାଠୀ ମଂଚାସୀନ ରହିଥିଲେ | ପ୍ରଥମେ ପ୍ରଭୁ ଶ୍ରୀକୃଷ୍ଣ ଓ କଲେଜ ପ୍ରତିଷ୍ଠାତା ବ୍ରଜମୋହନଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | କଲେଜରୁ ପ୍ରକାଶିତ ବାର୍ଷିକ ପତ୍ରିକା “ମୁଖପତ୍ର”କୁ ଅତିଥି ମାନେ ଉନ୍ମୋଚନ କରିଥିଲେ | ଅଧର୍ମର ବିନାଶ ପାଇଁ ଜନ୍ମାଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମ ଆଉ ଅଶିକ୍ଷାକୁ ଦୂରେଇ ଦେଇ ଶିକ୍ଷାର ଆଲୁଅ ଦେବାପାଇଁ ବ୍ରଜମୋହନଙ୍କ ହସ୍ତରୁ ୧୯୬୪ ମସିହାରେ ଲରମ୍ଭା କଲେଜର ଜନ୍ମ ସହ ବ୍ରଜମୋହନଙ୍କ ବିଭିନ୍ନ କ୍ଷେତ୍ରରେ ଥିବା ଅବଦାନକୁ ଆଲୋଚନା କରିଥିଲେ | ଶେଷରେ ଅଧ୍ୟାପକ ଡ଼. ଗୁରୁଦେବ କୁଶଲ ଧନ୍ୟବାଦ ଅର୍ପଣ କରିଥିଲେ | ଉତ୍ସବରେ କଲେଜ ସହ ଜଡିତ ସମସ୍ତ କର୍ମକର୍ତ୍ତା, ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ |
