ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ପାଳିତ
ଖଇରା ( ଦେବାଶିଷ ଦାଶ )
ବାଲେଶ୍ବର ଜିଲ୍ଲା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଂସ୍କୃତ ବିଭାଗାଧ୍ଯକ୍ଷ ଦ୍ବାରିକା ନାଥ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଔପଦା ତହସିଲଦାର ପ୍ରଜ୍ଞା ପରମିତା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ସଭାଟିକୁ ଶୁଭ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଆଜିର ଭାରପ୍ରାପ୍ତ ଅଧ୍ଯକ୍ଷ ତଥା ରାଜନନୀତି ବିଭାଗ ମୁଖ୍ୟ ହରିହର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାଧ୍ଯାପକ, ପ୍ରାଧ୍ଯାପିକା ପୂର୍ଣ୍ଣ ଚନ୍ଦ୍ର ନାୟକ, ମଳୟ କୁମାର ବେହେରା, ପୁଷ୍ପାଞ୍ଜଳି ବିଶ୍ବାଳ, ବନିଷା ମୁଦୁଲି, ରଞ୍ଜିତା ପଲାଇ, ପ୍ରଭାସିନୀ ବେହେରା, ସୀତାଅଂଶୁ ପ୍ରଧାନ, ଗୋପାଳ କୃଷ୍ଣ ଲେଙ୍କା, ଭୂମିକା ରାଣୀ, ମଲ୍ଲିକ, ମୁକ୍ତିକାନ୍ତ ଦାଶ, ଘନଶ୍ୟାମ ପ୍ରଧାନ, ଅନାଦି ପ୍ରସାଦ ଧଳ, ରମେଶ ବିଶ୍ବାଳ, ଦ୍ବିଜଶ୍ରୀ ନାୟକ ପ୍ରମୁଖ ଯୋଗଦେଇ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ ଏନ୍ତୁଡିଶାଳରୁ ଜୁଇ ପର୍ଯ୍ୟନ୍ତ ସଂସ୍କୃତର ଆବଶ୍ୟକତା ଅତୁଳନୀୟ ବୋଲି ବକ୍ତବ୍ୟରେ କହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରେ ପରେ ତହସିଲଦାର ପ୍ରଜ୍ଞା ପାରମିତାଙ୍କୁ ବିଭାଗ ତରଫରୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ଶ୍ରୁତିରେଖା ପଣ୍ଡା, ରଶ୍ମିଶ୍ରୀ ରାଉତ, ଗିତୁପ୍ରଜ୍ଞା ଗିରି, ଧନଞ୍ଜୟ ପୃଷ୍ଟି, ଜଗନ୍ନାଥ ରାଉତ,ସସ୍ମିତା ପାତ୍ର, ସନ୍ଧ୍ୟାରାଣୀ ଲେଙ୍କା, ଲକ୍ଷ୍ମୀପ୍ରିୟା ବାରିକ, ଲୋପାମୁଦ୍ରା ମୁଦୁଲି ଓ ମୋନାଲିସା ସେନାପତି ପ୍ରମୁଖ ଛାତ୍ରଛାତ୍ରୀ ସଭା କକ୍ଷରେ ଉପସ୍ଥିତ ରହି ଅତିଥି ମାନଙ୍କ ସଂସ୍କୃତ ଆଲୋଚନା ଶ୍ରବଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ଯାପକ, ଅଧ୍ଯାପିକା ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତଙ୍କ ଉଦ୍ୟମ କ୍ରମେ ଖୁବ୍ ସୁରୁଖୁରୁରେ ସଂସ୍କୃତ ଦିବସ ପାଳିତ ହୋଇଥିଲା । ଶେଷରେ ଛାତ୍ରୀ ମାଧୁରୀ ବେହେରାଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ ।
