September 2, 2026

 “ପ୍ରତୀକ୍ଷା କଳା ଏକାଡେମୀ”ର ବାର୍ଷିକ ଉତ୍ସବ ଅନୁଷ୍ଠିତ !!

IMG-20260901-WA0052
Share

 

ତିର୍ତ୍ତୋଲ::-1/9/2026ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକ ଅଧିନସ୍ତ “ପ୍ରତୀକ୍ଷା କଳା ଏକାଡେମୀ” ର ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରତିଷ୍ଠାତ୍ରୀ ତଥା ଅନୁଷ୍ଠାନ ର ସମ୍ପାଦିକା ସ୍ୱପ୍ନା ରାଣୀ ମିଶ୍ର ଙ୍କୁ, ଅନୁଷ୍ଠାନ ର ସଫଳତା ପାଇଁ ଅବିଭାବକ ତଥା ଆମନ୍ତ୍ରିତ ଅତିଥି ମାନେ ଅନେକ ଅନେକ ଶୁଭେତ୍ସା ଜଣେଇଛନ୍ତି !ଅନୁଷ୍ଠାନ ର ସଭାପତି ଗଣେଷ ଚନ୍ଦ୍ର ମାଣିଆ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ,ମୁଖ୍ୟ ଅତିଥି ଭାବେ ବିରିଡି ବ୍ଲକ ର ସଂସ୍କୃତି ବିଭାଗର ଅଧିକାରୀ ବିଶ୍ୱଜିତ ବିଶ୍ୱାଳ ଯୋଗଦେଇ ଥିବା ବେଳେ,,ମୁଖ୍ୟ ବକ୍ତା ଥିଲେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ତଥା ସିନେ କଳାକାର ଯୁଧିଷ୍ଠିର ସାହୁ !ସମ୍ମାନିତ ଅତିଥି ଭାବେ ବିରିଡି ସ୍ୱାସ୍ଥ୍ୟକେନ୍ଦ୍ର ର ଲୋକପ୍ରିୟ ଅଧିକାରୀ ଡଃ. ଲୋକନାଥ ସାହୁ, ତିର୍ତ୍ତୋଲ ଉତ୍କଳ କଳାକାର ଏକାଡେମୀର ସଂଯୋଜକ ତଥା ସାମ୍ବାଦିକ ଭାଗବତ ପ୍ରସାଦ,ବିରିଡି ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଯୁଧିଷ୍ଠିର ଦାସ,ସଂଗୀତ ଗୁରୁ ପତିତପାବନ ଜେନା ଯୋଗ ଦେଇଥିବା ବେଳେ,ଅନୁଷ୍ଠାନର ସଦସ୍ୟ ନାରାୟଣ ମିଶ୍ର, ଗୋପାଳ ରାଓ ଦୋରା,କିଶୋର ପଟ୍ଟନାୟକ, ସୁବ୍ରତ ମହାନ୍ତି, ପ୍ରଶାନ୍ତ ମାଣିଆ, ସ୍ବପ୍ନକାନ୍ତ ସ୍ୱାଇଁ, ଭାବଗ୍ରାହୀ ସ୍ୱାଇଁ,ପ୍ରତାପ ଦଳେଇ, ବିଶ୍ୱଜିତ ସାହୁ,ସୁରେଶ ନାୟକ, ବିଶ୍ୱମ୍ବର ଜେନା ପ୍ରମୁଖ ଆୟୋଜିତ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ ! ଅତିଥି ପରିଚୟ ଓ ସମ୍ବର୍ଦ୍ଧନା ପରିଚାଳନା କରିଥିଲେ ସଭାପତି ଶ୍ରୀଯୁକ୍ତ ମାଣିଆ !ସ୍ୱାଗତ ଭାଷଣ ପତିତପାବନ ଜେନା ପ୍ରଦାନ କରିଥିବା ବେଳେ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବାର୍ଷିକ ଉତ୍ସବକୁ ଉଦଘାଟନ କରାଯାଇ ଏକ ସଭା କାର୍ଯ୍ୟର ଆୟୋଜନ କରାଯାଇଥିଲା !ପ୍ରତୀକ୍ଷା କଳା ଏକାଡେମୀର କଳାକାର ମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ! ଅନୁଷ୍ଠାନ ର ସମ୍ପାଦିକା ସ୍ୱପ୍ନା ମିଶ୍ରଙ୍କ ସ୍ୱପ୍ନର ଏକାଡେମୀ କିପରି ଭାବେ ଏକ ବର୍ଷରେ ଅନେକ ଉନ୍ନତି କରି ପାରିଛି ଏବଂ ଆଗକୁ ଉନ୍ନତିର ଶୀର୍ଷରେ ପହଞ୍ଚି ପାରିବ, ଅତିଥି ମାନେ ଶୁଭକାମନା ମନାସି ଥିଲେ ! ଶେଷରେ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ କିଶୋର ପଟ୍ଟନାୟକ ଅନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ !!ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed