କୁପାରି ମହାନଗା ପୋଖରୀ ପରିସରରେ ୨ୟ ପର୍ଯ୍ଯାୟ କମ୍ବଳ ବାଣ୍ଟିଲା ” ମୋ ଅନୁଷ୍ଠାନ ସମାଜସେବା ସଂଗଠନ “
ଖଇରା ( ଦେବାଶିଷ ଦାଶ )
” ମୋ ଅନୁଷ୍ଠାନ ସମାଜସେବା ସଂଗଠନ ” ତରଫରୁ ୨ୟ ପର୍ଯ୍ଯାୟ ଛତା ବଣ୍ଟନ କାର୍ଯ୍ୟକ୍ରମ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବୌଦ୍ଧକ୍ଷେତ୍ର କୁପାରି ପର୍ଯ୍ଯଟନସ୍ଥଳୀ ମହାନଗା ପୋଖରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କେତେକ ସଭ୍ୟସଭ୍ୟା ମାନଙ୍କ ଦ୍ବାରା ଉକ୍ତ ସ୍ଥାନଟିକୁ ଚିହ୍ନଟ କରାଯାଇଥିଲା । ଏଥିରେ କୁପାରି ଗ୍ରାମର ବୃଦ୍ଧବୃଦ୍ଧା ମାନଙ୍କୁ ଛତା ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ଦାସ ଯୋଗଦେଇ ଛତା ବଣ୍ଟନର ଶୁଭାରମ୍ଭ କରିଥିଲେ । ପରେପରେ ଅନୁଷ୍ଠାନର ଉପଦେଷ୍ଟା ଜଗନ୍ନାଥ ମହାପାତ୍ର, ସଭ୍ୟ ଅଜୟକୃଷ୍ଣ ମହାପାତ୍ର ଓ ସହ-ସମ୍ପାଦିକା ବୀଣାପାଣି ଜେନା ମିଳିମିଶି ବଣ୍ଟନ କରିଥିଲେ । ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ସଫଳତାର ସହିତ ଶେଷ ହୋଇଛି । ” ମୋ ଅନୁଷ୍ଠାନ ସମାଜସେବା ସଂଗଠନ ” ର ପ୍ରତିଟି କାର୍ଯ୍ୟକ୍ରମକୁ ଭଲ ପାଉଥିବା ପ୍ରବାସୀ ଭାରତୀୟ ଯିଏକି ଘାନାରେ କାର୍ଯ୍ୟରତ ଯାହାଙ୍କ ଘର ଓଡ଼ିଶାର ଯାଜପୁର ଜିଲ୍ଲାରେ ସେ ମହୋଦୟ ଛତା ବଣ୍ଟନ ପାଇଁ କିଛି ଆର୍ଥିକ ସହଯୋଗ କରିଥିବାରୁ ତାଙ୍କ ଚଲାପଥ କୁସୁମିତ ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛି ଅନୁଷ୍ଠାନ । ଅନୁଷ୍ଠାନର ଶିକ୍ଷକ ଏଭଳି ସମାଜସେବା କାର୍ଯ୍ୟକ୍ରମକୁ ସମ୍ପୃକ୍ତ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ଏ ସମାଜସେବା କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଅଞ୍ଚଳକୁ ସମ୍ପ୍ରସାରିତ କରିବା ପାଇଁ କୁପାରି ଅଞ୍ଚଳର ବୁଦ୍ଧିଜୀବୀ ମାନେ ଅନୁଷ୍ଠାନକୁ ପରାମର୍ଶ ଦେଇଛନ୍ତି ।।
