ସମ୍ବାଦ ଆମ ଓଡ଼ିଶା ଓ ନାରୀ କଲ୍ୟାଣ ଓ ସୁରକ୍ଷା ବାହିନୀର ମିଳିତ ପ୍ରୟାସ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଉଲୁଣ୍ଡା, ୩୧/୮ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ରେ ପରିବେଶ ସୁରକ୍ଷା, ସବୁଜ ପରିବେଶ ଗଠନ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ସୁରକ୍ଷାର ମହତ୍ତ୍ୱକୁ ନେଇ ସମ୍ବାଦ ଓଡ଼ିଶା ଓ ନାରୀ କଲ୍ୟାଣ ଓ ସୁରକ୍ଷା ବାହିନୀର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଉଲୁଣ୍ଡା ସମ୍ବାଦ ପ୍ରତିନିଧି କୁଶ ବଘାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ ସହିତ ଲଗାଯାଇଥିବା । ଗଛଗୁଡ଼ିକର ଯତ୍ନ, ସୁରକ୍ଷା ଓ ସଂରକ୍ଷଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ନାରୀ କଲ୍ୟାଣ ଓ ସୁରକ୍ଷା ବାହିନୀର ସଭାପତି ସୁମତି ପଧାନ ଓ ସମ୍ପାଦିକା ସିନ୍ଧୁସୂତା କର୍ମୀଙ୍କ ସମେତ ବହୁ ସମାଜସେବୀ, ସ୍ୱେଚ୍ଛାସେବୀ ଓ ପରିବେଶପ୍ରେମୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ।ଏହି ଅବସରରେ ଓଡ଼ିଶା ସରକାରଙ୍କ ପୁରସ୍କାରପ୍ରାପ୍ତ ପ୍ରକୃତି ବନ୍ଧୁ ଡ. ହୃଷୀକେଶ ଦେହେରୀ କହିଥିଲେ। ବର୍ତ୍ତମାନ ସମୟରେ ସୁସ୍ଥ ଜୀବନ ପାଇଁ ପରିବେଶ ହିଁ ଏକ ମହତ୍ତ୍ୱପୂର୍ଣ୍ଣ ଔଷଧ। ସୁସ୍ଥ ପରିବେଶ ବିନା ସୁସ୍ଥ ସମାଜର କଳ୍ପନା କରାଯାଇପାରେ ନାହିଁ। ତେଣୁ କେବଳ ବୃକ୍ଷରୋପଣ କରିଦେଲେ ଆମର ଦାୟିତ୍ୱ ଶେଷ ହୁଏନାହିଁ।ଲଗାଯାଇଥିବା ପ୍ରତ୍ୟେକ ଗଛର ଯତ୍ନ ନେଇ ତାହାକୁ ବଞ୍ଚାଇ ବଡ଼ କରିବା ମଧ୍ୟ ଆମର ଦାୟିତ୍ୱ।ସେହିପରି ପ୍ରକୃତି ବନ୍ଧୁ ଶମ୍ଭୁରାଜ କର୍ଣ୍ଣ ପରିବେଶ ସୁରକ୍ଷାରେ ସମସ୍ତଙ୍କ ସକ୍ରିୟ ଭୂମିକା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଗଛ ହେଉଛି ଜୀବନର ଆଧାର। ପ୍ରତ୍ୟେକ ନାଗରିକ ଅତିକମରେ ଗୋଟିଏ ଗଛ ଲଗାଇ ତାହାକୁ ବଡ଼ କରିବାର ସଙ୍କଳ୍ପ ନେବା ଆବଶ୍ୟକ, ବୋଲି ସେ ଆହ୍ୱାନ ଦେଇଥିଲେ।ଏହି ମିଳିତ ପ୍ରୟାସ ରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା।ବିଶେଷ କରି ଜାମ୍ବୁ , କାଜୁ ଗଛ ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା ସମାଜରେ ପହଞ୍ଚାଇବା ସହିତ ଗଛ ଲଗାଇବା, ଗଛ ବଞ୍ଚାଇବା ଓ ସବୁଜ ପରିବେଶ ଗଢ଼ିବା ପାଇଁ ସମସ୍ତଙ୍କୁ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମକୁ ସଫଳ କରିବାରେ ଚନ୍ଦ୍ରମଣି ଦାସ ଯୁବକ ସଂଘ, ଦୟା ସରାବନୀ ଯୋଗ ଟ୍ରଷ୍ଟ ଓ ବୀର ସୁରେନ୍ଦ୍ର ସାଏ କ୍ଲବ୍ ସ୍ୱେଚ୍ଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ।ଏଥିରେ ସୁବାସ ପଧାନ, ସୁଧାଂଶୁ ପଧାନ, ବୀଣା ସାହୁ, ପୁଷ୍ପା ବାଘ , ସୁକେଶିନୀ ଥାଟି, ବୈଶାଳିନୀ କର୍ଣ୍ଣ, ଆଶା ଥନାପତି ଓ ଗାୟତ୍ରୀ ମହାକୁରଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ବୃକ୍ଷରୋପଣ ଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଜିତେନ୍ଦ୍ର ଥାଟି ଉପସ୍ଥିତ ସମସ୍ତ ଅତିଥି, ସମାଜସେବୀ, ପରିବେଶପ୍ରେମୀ,ସାମ୍ବାଦିକ କମଳ ରଞ୍ଜନ ପରିଚ୍ଛl ଓ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
