ଆଜିର ଖବର..
୧-DGP-IGP ସମ୍ମିଳନୀରେ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ୧୦ ପରାମର୍ଶ, ଅପରାଧ ପ୍ରତି ଜିରୋ ଟଲରାନ୍ସ,ତ୍ୱରିତ ତଦନ୍ତ, ଆଧୁନିକ ପୁଲିସିଂ ଏବଂ ଲୋକଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ପୁଲିସ ବ୍ୟବସ୍ଥାକୁ ଗୁରୁତ୍ୱାରୋପ।
୨-ବିଜୁପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର:’ପ୍ରଣତିଙ୍କୁ’ ଜୀବନ ବ୍ୟାପି ସାଧନା ପୁରସ୍କାର,’ଲୋମା’ ଶ୍ରେଷ୍ଠ କ୍ରୀଡାବିତ, ‘ସୁଚିତ୍ରା’ ଶ୍ରେଷ୍ଠ ପାରା କ୍ରୀଡାବିତ୍ ଓ ‘ଗୋପାଳ’ ଶ୍ରେଷ୍ଠ କୋଚ୍।
୩-ଯୁକ୍ତ ୨ ପରୀକ୍ଷାକୁ ନେଇ CHSEର ବଡ଼ ନିଷ୍ପତ୍ତି;ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ବି ଦେବେ ଇଣ୍ଟରନାଲ ପରୀକ୍ଷା।
୪-ଭୁବନେଶ୍ୱର:ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଯୋଗୁଁ ଆସନ୍ତା କାଲି ହେବ ନାହିଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।
୫-ସେପ୍ଟେମ୍ବର ୧ରୁ ୧୪ ଯାଏଁ ଚାଲିବ ଉଲ୍ଲାସ ପକ୍ଷ, ଯେଉଁ ମାନେ ଅଧାରୁ ପାଠପଢ଼ା ଛାଡ଼ି ଥିବେ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରାଯିବ।
୬-ଆଜି ପ୍ରକାଶ ପାଇବ ସିଟି ପ୍ରବେଶିକା ପରୀକ୍ଷା ସ୍କୋର କାର୍ଡ,୭ରେ ପ୍ରୋଭିଜିନାଲ ମେରିଟ୍ ଲିଷ୍ଟ।
୭-ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା-ଅସରପାଙ୍କ ଦୌରାତ୍ମ୍ୟ, ଶ୍ରୀଅଙ୍ଗ ସୁରକ୍ଷା ନେଇ ବଢିଲାଣି ଚିନ୍ତା।
୮-ଭୁବନେଶ୍ୱର:ଦନ୍ତ ଚିକିତ୍ସକଙ୍କ ପାଇଁ ମାସିକ ୨୦,୦୦୦ ଟଙ୍କା ପ୍ରୋତ୍ସାହନ ଘୋଷଣା।
୯-ସେପ୍ଟେମ୍ବର ୮–୯ ରେ ଦୁବାଇ ଇନଭେଷ୍ଟର୍ସ ମିଟ୍, ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
୧୦-ପାଲଲହଡ଼ା:ଭିଆଉଛି ଆତଙ୍କ, ମାରୁଛି ମଣିଷ; ଚାଷୀଙ୍କୁ ବିପଦ ଅଦୃଶ୍ୟ କୀଟ ସ୍କ୍ରବ୍ ଟାଇଫସ; ନେଲାଣି ଜୀବନ, ୭ ପଜିଟିଭ୍।
୧୧-ସୁନ୍ଦରଗଡ଼, ବଣାଇ:ବିଲରେ ପିଲାଏ ପଢ଼ିଲେ ଚାଷର ପାଠ; କ୍ଷେତକୁ ଯାଇ ଶିଖିଲେ ପାରମ୍ପରିକ ଚାଷ, ବିଲ ମୁଣ୍ଡରେ ଚଷା ଭାଇଙ୍କ ସହ ଖାଇଲେ ପଖାଳ।
୧୨-ପାରାଦୀପ ମାଛଧରା ବନ୍ଦରରେ ଅଘଟଣ;ଜଳିଗଲା ‘ଦେବୀ ଲକ୍ଷ୍ମୀ’ ବୋଟ୍।
୧୩-ସରକାରଙ୍କୁ ଛାତ୍ର କଂଗ୍ରେସର ଚେତାବନୀ, ଛାତ୍ର ସଂସଦ ନିର୍ବାଚନ ନକଲେ ସବୁ ମହାବିଦ୍ୟାଳୟ ସମ୍ମୁଖରେ ହେବ ବିକ୍ଷୋଭ।
୧୪-ଭୁବନେଶ୍ୱର:ଖାଦ୍ୟ ସୁରକ୍ଷାକୁ ନେଇ କଡ଼ା ପଦକ୍ଷେପ, ହେଙ୍ଗୁ ପାଉଡର ଉପରେ ଲାଗିଲା ରୋକ୍।
୧୫-ଭୁବନେଶ୍ୱର:ସୂଚନା ଓ ଲୋକସମ୍ପର୍କ ବିଭାଗକୁ ନୂଆ ନିର୍ଦ୍ଦେଶକ, ଦାୟିତ୍ୱ ନେଲେ IAS ସଞ୍ଜୟ କୁମାର ବିଶ୍ୱାଳ।
୧୬-କଟକ:ଏଥର ବାଲିଯାତ୍ରାରେ ଲାଗିବନି ବିପଦଜ୍ଜନକ ଦୋଳି, ଅଧିକ ପୁରୁଣା ଦୋଳି ନ ଲଗାଇବାକୁ ମହାସଂଘର ନିଷ୍ପତ୍ତି।
୧୭-ତାସକେଣ୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କଲେ ଉଜବେକିସ୍ତାନ ରାଷ୍ଟ୍ରପତି: ଗୋଟିଏ ଗାଡିରେ ଗଲେ ଦୁଇ ନେତା।
୧୮-ଭାରତକୁ ବଡ ଝଟକା; ଆଘାତ ଯୋଗୁଁଁ ଏସୀୟ କ୍ରୀଡ଼ାରୁ ବାଦ ପଡ଼ିଲେ ନୀରଜ ଚୋପ୍ରା।
୧୯-ହାଇକୋର୍ଟଙ୍କୁ ଅବମାନନା କରି ଅଡ଼ୁଆରେ ମମତା ବାନାର୍ଜୀ, ମାମଲା ରୁଜୁ କଲା ପୋଲିସ।
୨୦-ନେପାଳ ବନ୍ୟା ; ଏଯାଏଁ ୬୨୬ ମୃତଦେହ ଉଦ୍ଧାର, ୨,୪୦୦ ରୁ ଅଧିକ ନିଖୋଜ, ଡିଏନଏ ପରୀକ୍ଷା କରି ଚିହ୍ନଟ ହେଉଛି ମୃତଦେହ।
୨୧-ଜିମ୍ବାୱେରେ ମିନିବସ୍ ଦୁର୍ଘଟଣାଗ୍ରସ୍ତ: ୨୭ ଚର୍ଚ୍ଚ ସଦସ୍ୟ ମୃତ,୧୦ରୁ ଅଧିକ ଆହତ।
୨୨-ଭେନେଜୁଏଲା ତେଲ ଏବେ ଆମେରିକାର ! ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
