August 29, 2026

ଡିଏଭି ପୁରୀରେ ରକ୍ତଦାନ ଶିବିର ଅନୁଷ୍ଠିତ

IMG-20260829-WA0017
Share

 

ପୁରୀ; ତା ୨୯/୦୮/୨୦୨୬ରିଖ (ଶନିବାର) ଜାତୀୟ କ୍ରୀଡ଼ା ଦିବସ ଅବସରରେ ସକାଳ ୧୦ ଘଟିକା ସମୟରେ ଡିଏଭି ପବ୍ଲିକ ସ୍କୁଲ, ପୁରୀ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସ୍ନା ମଙ୍ଗରାଜ ଏବଂ ବିଦ୍ୟାଳୟର ଉପ ସଭାପତି ଆହ୍ଲାଦିନୀ ପଟ୍ଟନାୟକ ମହୋଦୟା ଏହି ଶିବିରକୁ ଉଦଘାଟନ କରିବା ସହ ଏହିପରି ଏକ ମହତ କାର୍ଯ୍ୟରେ ଅଗ୍ରସର ହେବା ପାଇଁ ସମସ୍ତଙ୍କୁ ଉପଦେଶ ପ୍ରଦାନ କରିଥିଲେ। ଇତ୍ୟବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସକାଳ ୬.୩୦ ଘଟିକା ସମୟରେ ଇନଡୋର ଷ୍ଟାଡିୟମ ଠାରୁ ଡିଏଭି ସ୍କୁଲ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି। ମହାନ କ୍ରୀଡ଼ାବିତ୍ ଧ୍ୟାନ ଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ କ୍ରୀଡ଼ା ଦିବସ ମଧ୍ୟ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଅଛି । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଗଣ ଏହି ଶିବିରରେ ଯୋଗଦେବା ସହ ରକ୍ତଦାନ କରିଥିଲେ । ରକ୍ତଦାତା ମାନଙ୍କୁ ଏକ ଏକ ଚାରା ଗଛ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏତଦ୍ ଭିନ୍ନ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ତଥା ଅଭିଭାବକ ଗଣଙ୍କ ମିଳିତ ସହଯୋଗରେ ଏହି ମହାନ ସେବା କାର୍ଯ୍ୟଟି ସାଫଲ୍ୟମଣ୍ଡିତ ହେବା ସହ ଅଭିଭାବକଙ୍କ ଗହଣରେ ପ୍ରେରଣାପ୍ରଦ ଓ ପ୍ରଶଂସା ମୁଖର ହୋଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ