August 29, 2026

ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ 

IMG-20260829-WA0016
Share

 

 

ବରପାଲି -୨୯/୮(ସୁଦାମ ଦୀପ) ଓଡ଼ିଶା ସାହିତ୍ଯ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ ମିଳିତ ସହଯୋଗରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ବରପାଲି କଲ୍ୟାଣ ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତାଙ୍କ ସଭାପତିତ୍ବ ତଥା ଡ. ଶ୍ରୀଯୁକ୍ତ ଘନଶ୍ୟାମ ପାଣିଗ୍ରହୀଙ୍କ ସଂଯୋଜନା କରିଥିଲେ। ଅନୁଷ୍ଠାନର ସଂପାଦକ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବାଲକିଶୋର ଖାଡ଼ଙ୍ଗା ବିବରଣୀ ପାଠ କରିଥିଲେ।ଏଥିରେ ମୂଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଓଡିଆ ଭାଷା, ସାହିତ୍ଯ, ସଂସ୍କୃତି,ଉଚ୍ଚ ଶିକ୍ଷା,କ୍ରିଡା ଓ ଯୁବ ବିଭାଗ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ,ବରେଣ୍ଯ ଅତିଥି ଭାବରେ ମାନ୍ୟବର ବରଗଡ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡ଼ତିୟା, ପଫେସର ଡ.ସତ୍ଯ ନାରାୟଣ ଆଚାର୍ଯ୍ଯ, କୂଳପତି ଓଡ଼ିଆ ବିଶ୍ବ ବିଦ୍ୟାଳୟ , ସତ୍ଯବାଦୀ, ପୁରୀ, ଜିଲ୍ଲାପାଳ ଆଦିତ୍ଯ ଗୋୟଲ, ସମ୍ମାନିତ ଅତିଥି ଭାବରେ ଶ୍ରୀମାନ ଦିବାକର ମାନସିଂହ,ସୂ ସାହିତ୍ଯକ, ମୂଖ୍ଯ ବକ୍ତା ଭାବରେ କୃଷ୍ଣ କେଶବ ଷଡଙ୍ଗୀ ,ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଯୋଗଦେଇ ଗଙ୍ଗାଧର ମେହେରଙ୍କ ଜିବନୀ ,ତାଙ୍କର ଲେଖନୀ ସାରା ଓଡ଼ିଶାର ଗର୍ବ ବୋଲି ବକ୍ତା ମାନେ ଅଭି ଭାଷଣ ରଖିଥିଲେ।

You may have missed