August 29, 2026

ନାଇକସାହି ନୀଳ ମାଧବ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

IMG-20260829-WA0091
Share

 

 

ହାଟଡିହି ତା ୨୯/୦୮(ମନମୋହନ ନାୟକ) : ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ନାଇକ ସାହିଠାରେ ଥିବା ନୀଳ ମାଧବ ମନ୍ଦିରରେ ରକ୍ଷାବନ୍ଧନ ଅବସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିଲାଗି ମନ୍ଦିର ପରିସରରେ ସ୍ୱତନ୍ତ୍ର ପୂଜାର୍ଚନା କରାଯିବା ସହିତ ଗ୍ରାମବାସୀ ମାନେ ନୀଳ ମାଧବଙ୍କ ନିକଟରେ ଭୋଗ ଲାଗି କରାଇଥିଲେ। ଏହି ବାର୍ଷିକ ଉତ୍ସବରେ ବିଜୁ ଜନତା ଦଳର ସମ୍ପାଦକ ତଥା ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜା ଓ ଉତ୍ସବ ମାଧ୍ୟମରେ ସାହିର ଏକତା ଓ ଭାଇଚାରା ରକ୍ଷା ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟାନନ୍ଦ ବରାଳ, ମୁକେଶ ରାଉତ, ସୁରେଶ ବରାଳ, ପ୍ରିୟବ୍ରତ ନାୟକ ପ୍ରମୁଖ ଯୋଗଦେଇଥିଲେ। ବୈକୁଣ୍ଠ ନାଇକ, ସୁରେନ୍ଦ୍ର ନାଇକ, ମାଗୁଣି ନାଇକ, ନାଣ୍ଡୁ ନାଇକ, ନାରାୟଣ ନାଇକ, ସଦାନନ୍ଦ ନାଇକ, ଦୟାନିଧି ନାଇକ, କାର୍ତ୍ତିକ ନାଇକ, ରବୀନ୍ଦ୍ର ନାଇକ, ଦିଲ୍ଲୀପ ନାଇକ, ବିକ୍ରମ ନାଇକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।