October 12, 2026

ଶୁଭମ ଟିଭିଏସ ଓ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ୨୩ୟୁନିଟ ରକ୍ତ ସଂଗୃହୀତ

IMG-20260827-WA0067
Share

 

 

ବରଗଡ: (ଜୟନ୍ତ କୁମାର ସେଠ)ବରଗଡ଼ ଭଟଲି ଛକ ଠାରେ ଥିବା ଶୁଭମ ଟିଭିଏସ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ସ୍ୱର୍ଗତ କିଶନ ଲାଲ ଅଗ୍ରୱାଲ ଙ୍କ ସ୍ମୃତି ରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରେଣ୍ୟ ଅତିଥି ଭାବରେ ସମାଜସେବୀ ଦିଲ୍ଲୀପ ସାୱଡ଼ିଆ ଓ ଶୁଭମ ଟିଭିଏସ ର ମାଲିକ ଅମର ଅଗ୍ରୱାଲ,ବିଜୟ ଅଗ୍ରୱାଲ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ବାନୀତ ଅତିଥି ଭାବରେ ସାମ୍ବାଦିକ ବ୍ୟୋମକେଶ କର,ଡାକ୍ତର ଶକ୍ତି ତ୍ରିପାଠୀ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୨୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ଶୁଭମ ଟିଭିଏସ ର ମାଲିକ ଅମର ଅଗ୍ରୱାଲ ତାଙ୍କ କର୍ମଚାରୀ, ସହଯୋଗୀ ଓ ନିଷ୍ଠା ପରିବାର ର ଉପ ସଭାପତି ଶ୍ରୀ ସଚି ପଣ୍ଡା, ସଂଯୋଜକ ଶ୍ରୀ ଆଶିଷ କିରଣ ମହାପାତ୍ର ,ଉପଦେଷ୍ଠା ରକ୍ଷପାଲ ସାହୁ, କୋଷାଧ୍ୟକ୍ଷ ଶ୍ରୀ ଶ୍ୟାମ ସୁନ୍ଦର ସାହୁ, ମହିଳା ଶାଖା ସଂଯୋଜିକ ତ୍ରିପୁରା ସୁହୁଲା ଙ୍କ ସହ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ଶୁଭମ ଟିଭିଏସ କୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ଶୁଭେଚ୍ଛୁ ସହଯୋଗୀ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।

You may have missed