August 27, 2026

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ରକ୍ଷାବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

IMG-20260827-WA0066
Share

 

 

ପଦ୍ମପୁର : ୨୨/୦୮(ଜୟନ୍ତ କୁମାର ସେଠ)ପଦ୍ମପୁର ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଗଙ୍ଗାଧର ମେହେର ଜୟନ୍ତୀ ଓ ରକ୍ଷାବନ୍ଧନ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର,କୋଷାଧ୍ଯକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ଯୋଗଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦ୍‌ଘାଟନ କରି ଗଙ୍ଗାଧର ଙ୍କ ଜୀବନୀ ଓ ରକ୍ଷାବନ୍ଧନ ର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ ।ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ତଥା ଉଦ୍ଦେଶ୍ୟ କଥନ କରିଥିଲେ । ସଂଜୀବ ସାହୁ ଗଙ୍ଗାଧରଙ୍କ ଜିବନୀ ଉପରେ ଓ ଗିତାଞ୍ଜଳୀ ଗୁରୁମା ରକ୍ଷାବନ୍ଧନ ଉପରେ ଆଲୋକପାତ କରିଥିଲେ । ରଞ୍ଜିତା ଭୋଇ ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ନିତୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେପରେ ଭାଇଭଉଣୀ ପରସ୍ପର ରାକ୍ଷୀ ବାନ୍ଧିଥିଲେ ପରେ ପରେ ବସଷ୍ଟାଣ୍ଡ , ଥାନା, ଡାକ୍ତରଖାନା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ଆଦି ସ୍ଥାନକୁ ଯାଇ ରାକ୍ଷୀ ବାନ୍ଧିଥିଲେ ବିଦ୍ୟାମନ୍ଦିର ପରିସରରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ ଅଶୋକ ବହିଦାର ଦୀପ ପ୍ରଜ୍ଜ୍ବଳନ କରି ରକ୍ଷା ବନ୍ଧନର ପୌରାଣିକ ତଥ୍ୟ ତଥା ଗଙ୍ଗାଧର ମେହେର ଙ୍କ ଜୀବନୀ ଉପରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥିମାନଙ୍କ ପରିଚୟ ଓ ରକ୍ଷାବନ୍ଧନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶ୍ରୀଯୁକ୍ତ ଶୋଭାଚନ୍ଦ୍ର ସ୍ୱାଇଁ ଗୁରୁଜୀ ରକ୍ଷା ବନ୍ଧନ ଉପରେ ବୌଦ୍ଧିକ ପ୍ରଦାନ କରିଥିଲେ ।ଭଉଣୀ ତନ୍ବି ମୃଣାଳିନୀ ସୁନା ସଂଯୋଜନା କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ୍ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ବାଦ ପ୍ରତିନିଧି ଶ୍ରୀଯୁକ୍ତ ରତ୍ନମଣୀ ଶତପଥୀ ଓ ସମାଜସେବୀ ଶ୍ରୀଯୁକ୍ତ ନିରୋଜ ଦୋରା ଉପସ୍ଥିତ ଥିଲେ। ସମ୍ବାଦ ପତରଫରୁ ନିଶା ନିବାରଣ ବ୍ରତ ରାକ୍ଷୀ ବନ୍ଧା ଯାଇଥିଲା । ଗୁରୁମା ମାନେ ଗୁରୁଜୀମାନଙ୍କୁ, ଭଉଣୀ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ । ଶେଷରେ ଗୁରୁଜୀ ଗୁରୁମା, ଦଶମ ଶ୍ରେଣୀର ଭାଇ ଭଉଣୀ କୁସୁନାପାଲି ପଡ଼ା ଓ ଉପ-କାରାଗାରକୁ ଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ତପସ୍ବିନୀ ନୃତ୍ୟ ନାଟିକା ପରିବେଷଣ ସହିତ ସମସ୍ତ ଅନ୍ତେବାସୀଙ୍କୁ ରାକ୍ଷୀ ବାନ୍ଧି ବିସ୍କୁଟ ବଣ୍ଟନ କରିଥିଲେ । ସମସ୍ତଙ୍କ ସହପୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।