ହାଟଡ଼ିହି କଲେଜରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ
ହାଟଡ଼ିହି ତା ୨୭/୮(ମନମୋହନ ନାୟକ) : ହାଟଡ଼ିହି କଲେଜରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ପାଳିତ ହୋଇଯାଇଛି। ଆମ ଓଡ଼ିଶାର ହାଟଡ଼ିହି ବ୍ଲକ ସଂଯୋଜକ କିଶୋର ଆଚାର୍ଯ୍ୟଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ରାଉତ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ରତ୍ନାକର ଦାସ, ବରିଷ୍ଠ ଶିଶୁ ସାହିତ୍ୟିକା ବିଦ୍ୟୁତ ପ୍ରଭା ଦେଓ, ସାହିତ୍ୟ ଘରର ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ବଉଳା ସାହିତ୍ୟ ସଂସଦର ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା, ସାହିତ୍ୟ ଘରର ଉପଦେଷ୍ଟା ଅମୂଲ୍ୟ ମିଶ୍ର, ବିଶିଷ୍ଟ ସାହିତ୍ୟିକ ଆନନ୍ଦ ଚନ୍ଦ୍ର ଓଝା, ନାରାୟଣ ଚନ୍ଦ୍ର ଲେଙ୍କା, ସହ ସମ୍ପାଦକ ନାରାୟଣ ସାହୁ, ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, କୈଳାଶ ବେହେରା, ସମିତି ସଭ୍ୟ ସୁଶାନ୍ତ କୁମାର ଜେନା, ଜ୍ୟୋସ୍ନା ରାଣୀ ଦାସ, କୈଳାଶ ରାଉତ, ପ୍ରମୁଖ ଯୋଗଦେଇ ନିଶା ନିବାରଣ ଓ ରକ୍ଷା ବନ୍ଧନ ସମ୍ପର୍କରେ ନିଜ ନିଜର ମତ ଓ ବକ୍ତବ୍ୟ ରଖିଥିଲେ। ଆମ ଓଡ଼ିଶାର ଏହି ପ୍ରାୟାସ କୁ ସମସ୍ତେ ସହଯୋଗ କରିବା ଜରୁରୀ ବୋଲି କହିଥିଲେ। ନିଶାନିବାରଣ ପାଇଁ ଆଗାମୀ ଦିନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତି ହୋଇଥିଲା। ପରେ କଲେଜ ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ସହିତ ନିଶା ନିବାରଣ ସପଥ ପାଠ ହୋଇଥିଲା। ବରିଷ୍ଠ ସାହିତ୍ୟିକ ଶ୍ରୀକାନ୍ତ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ। ଏଥିରେ ହାଟଡ଼ିହି କଲେଜର ଛାତ୍ରଛାତ୍ରୀ ଓ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗଦେଇଥିଲେ। ସାମ୍ବାଦିକ ପାର୍ଥ ସୌରଭ ସା, ବିକାଶ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
