August 27, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ତାଲୁକ୍ ଲିଗାଲ ସର୍ଭିସ କମିଟି ଦ୍ୱାରା ଲିଗାଲ ଆୱାରନେସ କ୍ୟାମ୍ପ ଅନୁଷ୍ଟିତ………

IMG-20260826-WA0031
Share

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଓକିଲ ସଂଘର ସଭାଗୃହ ରେ ଉମରକୋଟ “ତାଲୁକ୍ ଲିଗାଲ ସର୍ଭିସ କମିଟି ” ଦ୍ୱାରା ଲିଗାଲ ଆୱାରନେସ କ୍ୟାମ୍ପ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସୁନୀତା ପଟ୍ଟନାୟକ, ବରିଷ୍ଟ ଦେୱାନୀ ଜଜ୍ ଚିନ୍ମୟ କୁମାର ପାଢ଼ୀ, ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଇପ୍ସିତା ଭୋଇ ଅତିଥି ଭାବରେ ଯୋଗ ଦେଇ ଉପସ୍ଥିତ ଓକିଲ ମାନଙ୍କୁ ନ୍ୟାୟିକ ବ୍ୟବସ୍ଥା ରେ ରହିଥିବା ଆଧୁନିକ ଯୁଗରେ ପ୍ରଚଳିତ ଏ ଆଇ ର ସୁବିଧା ବିଷୟ ରେ ସୂଚନା ଦେଇଥିଲେ। ବିଶେଷ କରି ସୁବାସ ଏ ଆଇ ଆପ୍ ଦ୍ୱାରା ସମସ୍ତେ ଆଞ୍ଚଳିକ ଭାଷା ରେ ରାୟ ଗୁଡ଼ିକ ବୁଝି ପାରିବେ, ହାଇବ୍ରିଡ୍ କେରି ମେଥଡ ଦ୍ୱାରା ରେକର୍ଡ ସମନ୍ଦୀୟ ସବୁ ତଥ୍ୟ ଜାଣି ପାରିବେ, ସେ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିସହ ପେପର୍ ଲେସ୍ କାର୍ଯ୍ୟ, ଇ,ଏଲ ସି ଆର୍ ,

ଇ ପୋର୍ଟାଲ, ଇ ସର୍ଭିସ ଆପ୍ ଏବଂ ଜଷ୍ଟିସ ଲୋ ର ଉପକାରିତା ବିଷୟରେ ଜଣାଇଥିଲେ । ସେହିପରି ସବ୍ ଜଜ୍ ଚିନ୍ମୟ କୁମାର ପାଢ଼ୀ ଡିଜିଟାଇଜେସନ, ମେଡିଅସନ ଏବଂ ଭି ସି ଏବଂ ପୋର୍ଟେବୁଲ ଭି ସି , ଏବଂ ଇ କୋର୍ଟ ସର୍ଭିସ ର ବ୍ୟବହାର ବିଷୟ ରେ ସୂଚନା ଦେଇଥିଲେ । ସେହିପରି ଅତିରିକ୍ତ ଦୌରା ଜଜ୍ ସୁନୀତା ପଟ୍ଟନାୟକ ଓକିଲ ମାନଙ୍କୁ ଆଇନ ସମ୍ବନ୍ଧୀୟ ବିଭିନ୍ନ ସନ୍ଦେହ ଗୁଡ଼ିକ ଦୂର କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଓକିଲ ସଂଘର ସଭାପତି ଅରୁଣ ପଟ୍ଟନାୟକ, ସମ୍ପାଦକ କୃଷ୍ଣ ଚନ୍ଦ୍ର ନନ୍ଦ, ସରକାରୀ ଓକିଲ ଅଶୋକ ପାଢ଼ୀ, ସରକାରୀ ଓକିଲ ଶ୍ରୀକୃଷ୍ଣ ରାୟ ,ବରିଷ୍ଟ ଓକିଲ ଝାଡେଶ୍ଵର ମହାନ୍ତି , ଶ୍ରୀନିବାସ ପଟ୍ଟନାୟକ, ଶାନ୍ତନୁ ବାହିନୀପତି, କୃଷ୍ଣ ପ୍ରସାଦ ପଟ୍ଟନାୟକ, ବିଜୟ କେତନ ସିଂ, ରବି ପଟ୍ଟନାୟକ, ଯୋଗେନ୍ଦ୍ର ମାଝୀ, କମଲ ଗାଇନ, ମହିଳା ଓକିଲ ଭାବନା ତ୍ରିପାଠୀ, ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ, ନିବେଦିତା ହାଲଦାର ପ୍ରମୁଖ ଯୋଗ ଦେଇଥିଲେ।