August 27, 2026

ଭିକ୍ଟୋରିଆ ସାଗରରୁ ମୃତ ସମ୍ବର ଉଦ୍ଧାର

IMG-20260826-WA0055
Share

 

 

 

ବରଗଡ,ତା ୨୬/୮

 

ବରଗଡ ଜିଲା ଘେଁସ ବନାଞ୍ଚଳ ଅଧୀନ ଝାଞ୍ଜ ଜଙ୍ଗଲସ୍ଥିତ ପ୍ରସିଦ୍ଧ ଭିକ୍ଟୋରିଆ ସାଗରରୁ ଏକ ମୃତ ସମ୍ବର ଉଦ୍ଧାର ହୋଇଛି। ସୋମବାର ସକାଳେ କେତେକ ପର୍ଯ୍ୟଟକ ଭିକ୍ଟୋରିଆ ସାଗର ବୁଲିବାକୁ ଯାଇଥିବା ବେଳେ ଡ୍ୟାମ୍‌ ପାର୍ଶ୍ୱରେ ଏକ ସମ୍ବରର ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ବନ ବିଭାଗକୁ ସୂଚନା ଦେବା ପରେ ଘେଁସ ବନ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ବନ ବିଭାଗ କର୍ମଚାରୀମାନେ ମୃତ ସମ୍ବରକୁ ଉଦ୍ଧାର କରିଥିଲେ।

 

ଭିକ୍ଟୋରିଆ ସାଗର ଭଳି ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ସମ୍ବରର ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ପରିବେଶବିତ୍‌ ଓ ପ୍ରକୃତିପ୍ରେମୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆଣିବା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ଅଧିକ ତତ୍ପରତା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।