ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ
ସମ୍ବଲପୁର, ୨୩. ୦୮: ଓଡ଼ିଶାରେ ପାୱାରଲିଫ୍ଟିଂ କ୍ରୀଡ଼ାକୁ ଆହୁରି ଲୋକପ୍ରିୟ ଓ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଆୟୋଜିତ ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସଫଳତାର ସହ ସମ୍ପନ୍ନ ହୋଇଛି।
ଏହି ଚାମ୍ପିଅନଶିପ୍ରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ମୋଟ ୭୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ବଲାଙ୍ଗୀର, ଝାରସୁଗୁଡ଼ା ଓ ପୁରୀର ପାୱାରଲିଫ୍ଟରମାନେ ଏଥିରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।
ଚାମ୍ପିଅନଶିପ୍ରେ ସମ୍ବଲପୁରର ସୋମନାଥ ପଟ୍ଟନାୟକ ନିଜର ଶକ୍ତି ଓ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ‘ଚାମ୍ପିଅନ୍ ଅଫ୍ ଚାମ୍ପିଅନ୍ / ଷ୍ଟ୍ରଙ୍ଗମ୍ୟାନ୍ ଅଫ୍ ଓଡ଼ିଶା’ ଭାବେ ବିଜୟୀ ହୋଇଥିବା ବେଳେ ସୁନ୍ଦରଗଡ଼ର କଲ୍ୟାଣୀ ସିଂହ ‘ଷ୍ଟ୍ରଙ୍ଗ୍ ୱୁମ୍ୟାନ୍ ଅଫ୍ ଓଡ଼ିଶା’ ଭାବେ ବିଜୟୀ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁଧୀର ରଞ୍ଜନ ବହିଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପାୱାରଲିଫ୍ଟିଂ ଆସୋସିଏସନ୍ ଓଡ଼ିଶାର ଜେନେରାଲ୍ ସେକ୍ରେଟାରୀ ଶ୍ରୀମତୀ ସଙ୍ଗୀତା ସିଂହ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ।ଚାମ୍ପିଅନଶିପ୍ରେ ମୁଖ୍ୟ ରେଫରୀ ଭାବେ ଗୌତମ ଅଡ୍ଜୁଆଡ଼, ତରଣଦୀପ ସିଂହ, ସନ୍ତୋଷ ବାରିକ ଓ ସୁଦୀପ ମହାରଣା ଦାୟିତ୍ୱ ତୁଲାଇଥିଲେ।
ଏହି ଚାମ୍ପିଅନଶିପ୍ର ସଫଳ ଆୟୋଜନରେ ସୁଧୀର ପଟ୍ଟନାୟକ, ଶିଶିର ବହିଦାର, ଦିବ୍ୟ ବେହେରା, ଶ୍ରିମୟୀ ସାହୁ, ସଂଘମିତ୍ରା ସୋନୁ, ନବୀନ ବାଗଙ୍କ ସମେତ ଅନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।
