August 25, 2026

ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ 

IMG-20260823-WA0046
Share

 

 

ସମ୍ବଲପୁର,୨୩. ୦୮:ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ,

ବୁଢ଼ାରାଜା ନଗର ତରଫରୁ ସମ୍ବଲପୁର ମହାନଗରର ଏକ ଭବ୍ୟ ଯୁବ ସମ୍ମିଳନୀ ସ୍ଥାନୀୟ ଭୀମ ଭୋଇ କଲ୍ୟାଣ ମଣ୍ଡପ, ଭୀମ ଭୋଇ ନଗର, ବୁଢ଼ାରାଜାଠାରେ ଆଜି ପୂର୍ବାହ୍ନ ୮:୦୦ ଘଟିକା ସମୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଶତାଧିକ ଛାତ୍ର ଓ ଯୁବକ ଉତ୍ସାହର ସହ ଅଂଶଗ୍ରହଣ କରି ଶାରୀରିକ, ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ସଂକଳ୍ପ ନେଇଥିଲେ। ଯୁବପିଢ଼ି ହିଁ ଦେଶର ଭବିଷ୍ୟତ ଓ ନେତୃତ୍ୱ ନେବାକୁ ସମର୍ଥ, ତେଣୁ ସେମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ବିକାଶ ଦ୍ୱାରା ହିଁ ଏକ ସଶକ୍ତ ରାଷ୍ଟ୍ର ଗଠନ ସମ୍ଭବ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଆଗାମୀ ଦିନରେ ଏହାର ୧୦୦ ବର୍ଷ ପୂରଣ କରି ଶତାବ୍ଦୀ ବର୍ଷ ପାଳନ କରିବାକୁ ଯାଉଥିବା ବେଳେ, ଏହି ଅବସରରେ ଦେଶର ସମସ୍ତ ଅଞ୍ଚଳରେ ଯୁବ ସମ୍ମିଳନୀମାନ ଆୟୋଜନ କରାଯାଉଛି।

ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ ସମ୍ବଲପୁର ମହାନଗର ସଂଘ ଚାଳକ ଦୀପକ କୁମାର ପଣ୍ଡା, ମୁଖ୍ୟ ବକ୍ତା ସତ୍ୟ ନାରାୟଣ ଠାକୁର, ସହ କାର୍ଯ୍ୟବାହ ଜ୍ୟୋତି ରଞ୍ଜନ ପ୍ରଧାନ, ବିଭାଗ ସହ ବୌଦ୍ଧିକ ପ୍ରମୁଖ ରାମ କୃଷ୍ଣ ନାୟକ, ନଗର କାର୍ଯ୍ୟବାହ ବ୍ୟୋମକେଶ ସାହୁ, ଶାରୀରିକ ପ୍ରମୁଖ ରୁଦ୍ର କର୍ଣ୍ଣ, ମହାନଗର ସେବା ପ୍ରମୁଖ ହରି ହରିପାଲ, ମହାନଗର ପ୍ରଚାରକ ପ୍ରଫୁଲ୍ଲ କୁମାର ସାହୁ, ସଂସ୍କୃତି ରତ୍ନ କାର୍ତ୍ତୀକ ବହିଦାର, ଡ଼ଃ ପ୍ରଭାସ ଦେବତା, ଡଃ ସଞ୍ଜୀବ ମିଶ୍ର, ଭୀମ ଭୋଇ ଶାଖାର ସମସ୍ତ ସ୍ୱୟଂସେବକ, ମାନସ ଶତପଥୀ,ଦାଶରଥି ବେହେରା,ବିଶ୍ବନାରାୟଣ ଧର, ବାବୁଲାଲ ଛନ୍ଦ, ଆଦିତ୍ୟ ମିଶ୍ର ,ଆନନ୍ଦ ଅଗ୍ରୱାଲ, ରମାକାନ୍ତ ବେହେରା, ଧର୍ମେନ୍ଦ୍ର ପାଣ୍ଡେ,ସତ୍ୟବ୍ରତ କର୍ଣ୍ଣ, ମୁରାରୀ ଭାଇ ଏବଂ ୱାର୍ଡ ନମ୍ବର ୧୯ ର ଯୁବକ ବନ୍ଧୁଗଣଙ୍କ ସମେତ ସଂଘର ନିମନ୍ତ୍ରୀତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

 

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ୪୫ ମିନିଟର ଏକ ସ୍ୱତନ୍ତ୍ର ଶାଖା ଲଗାଯାଇଥିଲା।ଯେଉଁଥିରେ ଶାରୀରିକ ,ଯୋଗ ଓ ସୂକ୍ଷ୍ମ ବ୍ୟାୟାମ, ଦ୍ରୁତ ବ୍ୟାୟାମ ଓ ଖେଳ ଏବଂ ସଂଘ ପ୍ରାର୍ଥନା , ଦେଶାତ୍ମକ ଗୀତ, ବ୍ୟକ୍ତିଗତ ଗୀତ, ସୁଭାଶିତ ଆଦି ଗାନ କରାଯାଇଥିଲା। ଏହାପରେ ଦେଶ ଗଠନରେ ଯୁବକଙ୍କ ଭୂମିକାକୁ ନେଇ ବୌଦ୍ଧିକ କାଳାଂଶ ସହ ଶେଷରେ ଚର୍ଚ୍ଚା ଓ ପରିଚୟ କାଳାଂଶ ଅନୁଷ୍ଠିତ ହୋଇଥିଲା।