October 11, 2026

ବ୍ୟାସ ଫାଉଣ୍ଡେସନ ର ସପ୍ତମବାର୍ଷିକ ଉତ୍ସବ ଓ ଗୀତାଜ୍ଞାନl ଞ୍ଜନ ର ଚତୁର୍ଦ୍ଧଶ ସଂଖ୍ୟା ଉନ୍ମୋଚନ ..

IMG-20260823-WA0048
Share

ଜଗତ୍ସିଂହପୁର-ତା 23/8/2026 : ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା, ବାଲିକୁଦାବ୍ଲକ ଅଧିନ ଆମ୍ବଶାଳ ସ୍ଥିତ କଲ୍ୟାଣମଣ୍ଡପ ରେ ଗତ ରବିବାରଦିନ ପୂର୍ବାହ୍ନରେ, ବ୍ୟାସଫାଉଣ୍ଡେସନ ଏ ଚାରିଟେବୁଲ ଟ୍ରଷ୍ଟ ଓଡିଶା ଆନୁକୂଲ୍ୟରେ, ସେବା ଓ ଆଧ୍ୟାତ୍ମିକ ପ୍ରଚାରପ୍ରସାର କ୍ଷେତ୍ରରେ ସମର୍ପିତ, ବ୍ୟାସଫାଉଣ୍ଡେସନ ର ସପ୍ତମବାର୍ଷିକ ଉତ୍ସବ ଓ ଗୀତାଜ୍ଞାନାଞ୍ଜନ ର ଚତୁର୍ଦ୍ଧଶ ସଂଖ୍ୟା ର ବିଶେଷାଙ୍କ ର ଶୁଭଉନ୍ମୋଚନ କାର୍ଯ୍ୟକ୍ରମ ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପଣ୍ଡିତ ଡ଼ ସିଦ୍ଧେଶ୍ବର ପଣ୍ଡା, ପ୍ରାରମ୍ଭିକ ସୂଚନା ଓ ମଞ୍ଚପରିଚାଳନା କରିଥିବା ବେଳେ ଅଧ୍ୟାପକ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥୀ ଓ ଯୁଗ୍ମସମ୍ପାଦକ ନଗେନ୍ଦ୍ରନାଥ ସ୍ୱାଇଁ ନିମନ୍ତ୍ରିତଅତିଥି ମାନଙ୍କୁ ମଞ୍ଚ କୁ ସ୍ୱାଗତ କରିବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଫାଉଣ୍ଡେସନ ର ଅଧ୍ୟକ୍ଷl ସ୍ନେହମୟୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ପୂଜ୍ୟ ସ୍ୱାମୀ ଗିରିଜାନନ୍ଦ ପର୍ବତ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଏସ ଭି ଏମ କଲେଜ ର ଅଧ୍ୟକ୍ଷl ସୁଜାତା ଓତା, ଖ୍ୟାତନାମା ସାହିତ୍ୟିକ ଡ଼ ବଟକୃଷ୍ଣ ସ୍ୱାଇଁ, ପ୍ରାର୍ଥନା ଚ୍ୟାନେଲ ର ମୁଖ୍ୟନିର୍ଦ୍ଦେଶକ ସୁଶାନ୍ତ କୁମାର ବିଷୋୟୀ, ଆଇନୀଜୀବି ପ୍ରକାଶ ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ଡ଼ ପ୍ରସନ୍ନ କୁମାର ବାରିକ ପ୍ରମ୍ମୁଖ ବରଣ୍ୟଅତିଥି ମାନେ, ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଉଦଘାଟନ କରିବା ସହିତ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିବାବେଳେ, ଅନୁଷ୍ଠାନର ମୁଖପତ୍ର ଗୀତଜ୍ଞlନଞ୍ଜନ ମଧ୍ୟ ଉନ୍ମୋଚନ କରିଥିଲେ l ଏହି ଅବସରରେ ବରଗଡ଼ ର ବିଶ୍ୱପ୍ରସିଦ୍ଧ କଂସ ମହାରାଜ ଭୂମିକା ର କଳାକାର ନାଟ୍ୟଶ୍ରୀ ଦେବରାଜ ଛତ୍ରୀୟl, କିଛିସମୟ ପାଇଁ ନିଜର କଳାକୃତି ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକମାନଙ୍କୁ ସ୍ତବବ୍ଧ କରିଦେଇଥିଲେ l ଶ୍ରୀମଦ ଭଗବତ ଗୀତା ର ଅଭିଜ୍ଞତା ଓ ଆବୃତ୍ତି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ପ୍ରାୟ ପଚସ୍ତରୀ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସାପତ୍ର, ପୁସ୍ତକ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମାଜର ବିଭିନ୍ନକ୍ଷେତ୍ରରେ ଦକ୍ଷତା ଓ ପାରଦର୍ଶିତା ଅର୍ଜ୍ଜନ କରିଥିବା ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଙ୍କୁ ମଧ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ତିମପର୍ଯ୍ୟାୟ ରେ ଶିଶୁ ନୃତ୍ୟଶିଳ୍ପୀ ଆଦ୍ୟାଶl ଙ୍କ ଶାସ୍ତ୍ରୀୟ ନୃତ୍ୟ ସମସ୍ତଙ୍କ ପାଇଁ ଖୁବ ଉପଭୋଗ୍ୟ ହୋଇଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଉପସଭାପତି ଶରତ କୁମାର ଦାଶ, ରଞ୍ଜନ କୁମାର ପ୍ରଧାନ, ଉପଦେଷ୍ଟା ରମାକାନ୍ତ ରାଉଳ, ଆଡଭୋକେଟ ବୀର ନାରାୟଣ ପlତ୍ର, ପୂର୍ବତନ ଜିଲ୍ଲାପରିଷଦ ତଥା କବି ହେମନ୍ତ ନାୟକ, ପ୍ରଦ୍ୟୁମ୍ନ ରଥ ପ୍ରିତୀମୟୀ ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଶେଷରେ ସାଧାରଣ ସମ୍ପାଦକ ବିବେକାନନ୍ଦ ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed