ଆଞ୍ଚଳିକ ଶିକ୍ଷା ଅଧିକାରୀଙ୍କ କଲେଜ ପରିଦର୍ଶନ
ଉଲୁଣ୍ଡା, ୨୨/୮ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଢଲ ଆଞ୍ଚଳିକ ଡିଗ୍ରୀ କଲେଜ କୁ ଆଜି ଅକସ୍ମାତ ପରିଦର୍ଶନ କରିବା ସହିତ ସମୀକ୍ଷା ବୈଠକ କରିଛନ୍ତି। ଆଞ୍ଚଳିକ ଶିକ୍ଷା ଅଧିକାରୀ ପ୍ରଫେସର ମୁରଲୀଧର ମାଝୀ ଏହି ଅବସରରେ କଲେଜରେ ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଖୁସି ବ୍ୟକ୍ତ କରି ଆଗକୁ ଶିକ୍ଷାର ମାନ ବୃଦ୍ଧି ପାଇଁ ବିଭିନ୍ନ ମତାମତ ସଂଗ୍ରହ କରିଥିଲେ।
କଲେଜର ସଭାପତି ଶିବଚରନ ସାହୁ, ଅଧ୍ୟକ୍ଷ ଅଜିତ ମେହେର ସହିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ।
