August 23, 2026

ଗାଁର ସରକାରୀ ଜମି କୁ ନେଇ ରାଜନୀତି ମାମଲା ପହଁଚିଲା ଥାନାରେ

IMG-20260822-WA0058
Share

 

ତିର୍ତୋଲ….

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଗାଁ ର ସରକାରୀ ଜମି ପାଇଁ ଥାନାର ଦ୍ୱାରସ୍ତ ହେଲେ ଗ୍ରାମବାସୀ | ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ସାମନ୍ତରାପୁର ପଞ୍ଚାୟତ ସିରସ୍ତା ଗ୍ରାମର ରବୀନ୍ଦ୍ରନାଥ ଦାସଙ୍କ ଘର କଡ଼କୁ ଲାଗି ଏକ ସରକାରୀ ଜମିରେ ଥିବା ଖାଲକୁ ଗ୍ରାମବାସୀ ମାନେ ମାଟି ପକାଇ ପୋତି ଦେଇଥିଲେ । ସର୍ବ ସାଧାରଣ ସ୍ଥାନ ହେତୁ କିଛି ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଗ୍ରାମବାସୀ ମାନେ ଚିନ୍ତା କରୁଥିବା ବେଳେ ରବୀନ୍ଦ୍ର ସେହି ସ୍ଥାନରେ ନିଜ ଘରକୁ ଲଗାଇ ଏକ ଢ଼ଳେଇ ଗଡା ନିର୍ମାଣ କରିଥିଲେ ଯାହାକୁ ଗ୍ରାମବାସୀ ମାନେ ବିରୋଧ କରିଥିଲେ | ଘଟଣା କୁ ନେଇ ରବୀନ୍ଦ୍ର ଙ୍କ ପରିବାର ଏବଂ ଗ୍ରାମବାସୀ ଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ସର୍ବ ସମ୍ମତି କ୍ରମେ ଉକ୍ତ ଢ଼ଳେଇ କୁ ରବୀନ୍ଦ୍ର ଜେସିବି ସାହାର୍ଯ୍ୟରେ ଭାଙ୍ଗି ଦେଇ ଥିଲେ | ଶୁଣିବାକୁ ମିଳୁଛି କିଛି ଖଳ ରାଜନୈତିକ ବ୍ୟକ୍ତି ଙ୍କ ପ୍ରରୋଚନା ରେ ଘଟଣା ଯାଇ ପହଞ୍ଚିଥିଲା ଥାନାରେ ।ପ୍ରଥମେ ରବୀନ୍ଦ୍ର ଗ୍ରାମର କିଛି ଯୁବକ ଙ୍କ ନାମରେ ଲିଖିତ ଅଭିଯୋଗ କରିବା ପରେ ଗ୍ରାମବାସୀ ମାନଙ୍କ ତରଫରୁ ରବୀନ୍ଦ୍ର ଙ୍କ ନାମରେ ମଧ୍ୟ ଲିଖିତ ଅଭିଯୋଗ ହୋଇଅଛି | କିଛି ଗଣ ମାଧ୍ୟମ ରେ ପ୍ରକାଶ ପାଇଥିବା ଖବର ଅନୁଯାଇ ରବୀନ୍ଦ୍ର ଙ୍କ ଘର ନିକଟରେ ଗଭୀର ଗାତ ଖୋଳା ହୋଇଥିବା ଘଟଣା ସମ୍ପୂର୍ଣ୍ଣ ଭିତ୍ତିହୀନ ହୋଇଥବା ବେଳେ ତାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ମର୍ମାହତ | ଦେଖିବାକୁ ବାକି ରହିଲା ଦୁଇ ପକ୍ଷ ମଧ୍ୟରେ ଲାଗି ରହିଥିବା ତିକ୍ତତା କୁ ସମାଧାନ ନିମନ୍ତେ ପ୍ରଶାସନ କି ପଦକ୍ଷେପ ନେଉଛି…. |