August 23, 2026

ଡିଭିଫ ପୋଲିସ କର୍ମଚାରିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ତଦନ୍ତ ଜାରି ରହିଛି..

IMG-20260822-WA0040
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣାପଡା ସ୍ଥିତ ଏକ ଭଡାଘରୁ ଶୁକ୍ରବାର ଦିନ ସନ୍ଦେହ ଜନକ ଭାବରେ ଜଣେ ପୋଲିସ କର୍ମୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଖବର ନେବାରେ ଜଣାପଡ଼ିଛି ଯେ’ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାଦୋପଦର ଗ୍ରାମର ରାଜେନ୍ଦ୍ର ଦଣ୍ଡସେନା (୨୮) ପୋଲିସ ବିଭାଗର ଡିସଟ୍ରିକ୍ଟ ଭୋଲୁଣ୍ଟାରୀ ଫୋର୍ସର ଅପରେସନ ଗ୍ରୁପରେ ଆଜକୁ ପ୍ରାୟ ଦୁଇ ବର୍ଷରୁ ଉର୍ଦ୍ଧ ହେବ କାର୍ଯ୍ୟ କରିଆସୁଥିଲେ। ସେ ପୁରୁଣାପଡା ଠାରେ ଏକ ଭଡା ଘର ନେଇ ରହୁଥିଲେ।ଘଟଣା ଦିନ ରାଜେନ୍ଦ୍ର ନିଜ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ଯୋଗୁଁ ତାଙ୍କ ଜଣେ ସହକର୍ମୀ ଖୋଜାଖୋଜି କରି ତାଙ୍କ ଭଡା ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବାକୁ ପାଇ ତାଙ୍କ ଉପରିସ୍ଥ ଅଧିକାରିଙ୍କୁ ଏ ବିଷୟରେ ଜଣାଇଥିଲେ। ଏହାପରେ ଡିଭିଏଫ ଇନଚାର୍ଜ ସକାଳ ପ୍ରାୟ ୯ ଟା ସମୟରେ ଟାଉନ ଥାନାକୁ ଖବର ଦେଇଥିଲେ। ଖବର ପାଇ ଟାଉନ ଥାନା ଅଧିକାରୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରୁ ରାଜେନ୍ଦ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାଲଲା ୠଜ୍ଜୁ କରି ନୂଆପଡାରୁ ଆସିଥିବା ସାଇଣ୍ଟିଫିକ ଟିମ ସହ ଘଟଣାର ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ ଆରମ୍ଭ କରିଦେଇଥିବାବେଳେ, ଶବ ବ୍ୟବଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ଘଟଣାଟି ସନ୍ଦେହ ଜନକ ଥିବାବେଳେ, ଏହି ଘଟଣାର ପ୍ରକୃତ କାରଣ, ସମ୍ପୂର୍ଣ ଯାଞ୍ଚ ସାରିବାପରେ ଜଣାପଡିବ ବୋଲି ଭବାନୀପାଟଣା ଏସଡିପିଓ ସୂଚନା ଦେଇଛନ୍ତି।