August 22, 2026

ନିଗଜପତି:- ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ନ୍ୟାସନାଲ୍ ସ୍ପେସ୍ ଡେ ୨୦୨୬ ପାଳିତ ..

IMG-20260822-WA0039
Share

 

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସଭାଗୃହ ଠାରେ ନ୍ୟାସନାଲ ସ୍ପେସ-ଡେ ୨୦୨୬ ପାଳନ ଅବସରରେ ଆଜି ଏକ ବିଶେଷଜ୍ଞ ଆଲୋଚନା ଓ ଛାତ୍ରଛାତ୍ରୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି, ଆଇଆଇଟି ତିରୁପତି ନବାବିଷ୍କାର ଆଇ-ହବ୍ ଫାଉଣ୍ଡେସନ୍ ଏବଂ ଜିଓ-ଇଣ୍ଟେଲ୍ ଲ୍ୟାବ୍‌ର ମିଳିତ ଆୟୋଜନ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥିମାନଙ୍କ ମଧ୍ୟରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିର ଡିନ୍ ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ପଣ୍ଡା, ରେଜିଷ୍ଟ୍ରାର ଡଃ ଅନିତା ପାତ୍ର ଏବଂ ବିଶିଷ୍ଟ ଅତିଥି ଶ୍ରୀ ନିତ୍ୟାନନ୍ଦ ପଟ୍ଟନାୟକ ଥିଲେ

କାର୍ଯ୍ୟକ୍ରମରେ ପ୍ଲାନେଟାରୀ ସାଇନ୍ସେସ୍ ଡିଭିଜନ୍, ଫିଜିକାଲ୍ ରିସର୍ଚ୍ଚ ଲାବୋରେଟୋରୀ (ପି ଆର୍ ଏଲ୍) ଏବଂ ଭାରତ ସରକାରଙ୍କ ଅନ୍ତର୍ଗତ ପ୍ଲାନେଟାରୀ ରିମୋଟ ସେନ୍ସିଂ ବିଭାଗର ମୁଖ୍ୟ ଡଃ ନୀରଜ ଶ୍ରୀବାସ୍ତବ “ଭାରତର ଚନ୍ଦ୍ର ଅଭିଯାନ” ବିଷୟରେ ବ୍ୟାଖ୍ୟାନ ଦେଇଥିଲେ । ଏଥି ସମେତ ସେ ଚନ୍ଦ୍ରଯାନ ମିଶନ, ଭାରତର ମହାକାଶ ଗବେଷଣାର ସଫଳତା ଓ ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ ।

ସିନିୟର ଜିଆଇଏସ୍ ଏବଂ ରିମୋଟ ସେନ୍ସିଂ ଲିଡର ଶ୍ରୀ ନିତ୍ୟାନନ୍ଦ ପଟ୍ଟନାୟକ “ଗ୍ରୀନଫିଲ୍ଡ ବିମାନ ବନ୍ଦର ସ୍ଥଳ ମୂଲ୍ୟାଙ୍କନରେ ଭୂ-ସ୍ଥାନିକ ପ୍ରଯୁକ୍ତିର ବ୍ୟବହାର” ଉପରେ ଏକ କେସ୍ ଷ୍ଟଡି ଉପସ୍ଥାପନ କରିବା ସହ ନବୀ ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପର ଅଭିଜ୍ଞତା ସେୟାର କରି ଭୂ-ସ୍ଥାନିକ ତଥ୍ୟର ଗୁରୁତ୍ୱ ବ୍ୟାଖ୍ୟା କରିଥିଲେ ।

ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ପଣ୍ଡା “ମହାକାଶରୁ ସମାଜ ପର୍ଯ୍ୟନ୍ତ: ପୃଥିବୀ ପର୍ଯ୍ୟବେକ୍ଷଣ, ରିମୋଟ ସେନ୍ସିଂ ଏବଂ ଜିଓଏଆଇ ମାଧ୍ୟମରେ ସ୍ଥାୟୀ ବିକାଶ” ବିଷୟରେ ଆଲୋଚନା କରିଥିଲେ। ଜଳବାୟୁ ପରିବର୍ତ୍ତନ, କୃଷି, ଦୁର୍ଯ୍ୟୋଗ ପରିଚାଳନା ଓ ସ୍ମାର୍ଟ ପ୍ଲାନିଂ କ୍ଷେତ୍ରରେ ମହାକାଶ ପ୍ରଯୁକ୍ତିର ଅବଦାନ ବିଷୟରେ ମତ ରଖିଥିଲେ ।

ଏହି ଅବସରରେ ସ୍କୁଲ ଓ କଲେଜ ସ୍ତରର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଚିତ୍ରାଙ୍କନ, ପୋଷ୍ଟର ପ୍ରସ୍ତୁତି, ମଡେଲ୍ ମେକିଂ , ପ୍ରେଜେନଟେସନ ସ୍ପେସ୍-ଫଟୋଗ୍ରାଫି, ଡକ୍ୟୁମେଣ୍ଟରି ସର୍ଟ ଫିଲିମ୍ ପ୍ରଭୃତି ସ୍ପେସ ସମ୍ବନ୍ଧିତ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା ।

“Space Technology for Better Tomorrow” ଏବଂ “Innovating the Future of Space Technology” ଥିମ୍ ଉପରେ ଛାତ୍ରଛାତ୍ରୀ ମାନେ ନିଜର ସୃଜନଶୀଳତା ଓ ନବସୃଜନ କ୍ଷମତାର ପ୍ରଦର୍ଶନ କରା ଯାଇଥିଲା ।

8. ସହଯୋଗୀ ବିଭାଗ ଏବଂ ବହୁ ସଂଖ୍ୟାରେ ଯୋଗଦାନକାରୀଙ୍କ ସମ୍ପୃକ୍ତି ଥିଲା

• ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗ ଏବଂ ସେଣ୍ଟର ଫର ଡାଟା ସାଇନ୍ସ ଆଣ୍ଡ ମେସିନ୍ ଲର୍ନିଂ ସହଯୋଗ କରିଥିଲେ

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ, ଗବେଷକ ଓ ଅତିଥିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

ନ୍ୟାସନାଲ ସ୍ପେସ-ଡେ ୨୦୨୬ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମହାକାଶ ବିଜ୍ଞାନ, ପୃଥିବୀ ପର୍ଯ୍ୟବେକ୍ଷଣ ଓ ଭୂ-ସ୍ଥାନିକ ପ୍ରଯୁକ୍ତି ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବୃଦ୍ଧି କରିବା ସହ ଏକ ଜ୍ଞାନବର୍ଦ୍ଧକ ମଞ୍ଚ ପ୍ରଦାନ କରିଥିଲା ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

———————————————

You may have missed