ଉମରକୋଟ ୨ ମାସ ହେଲା ପୁଅ ନିଖୋଜ, ଚିନ୍ତାରେ ପରିବାର , ଉମରକୋଟ ଥାନାରେ ଏତଲା……
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଏକ ମାତ୍ର ପୁଅ ୨ ମାସ ହେଲା ନିଖୋଜ ହେଇ ଯାଇଛି।ପୁଅ ଫେରିବାକୁ ଦେଖି ଦେଖି ବାପା ମାର ଆଖିରୁ ଲୁହ ଶୁଖୁନି।ଏପରି ଏକ ଘଟଣା ଉମରକୋଟ ସହରର ବଙ୍ଗୀୟ ଗ୍ରାମ ୟୁ ଭି ୩ ଡଙ୍ଗରୀଗୁଡ଼। ଗ୍ରାମ ଠାରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ୟୁ ଭି ୩ ଗ୍ରାମ ର ସୁଶାନ୍ତ ବିଶ୍ୱାସ ଓ ଚିନ୍ତ।ର।ଣି ବିଶ୍ୱାସ ଙ୍କ ଏକ ମାତ୍ର ପୁଅ ସୁରଜ ବିଶ୍ୱ।ସ ଯାହାଙ୍କ ବୟସ ୨୦ ବର୍ଷ ଜୁନ୍ ୧୭ ତାରିଖ ଦିନ ସକାଳ ୬ ଟା ସମୟରେ କୋରାପୁଟ ରେ ଗୋଟିଏ କାମ ଅଛି ଆଉ କାମ ସ।ରିକି ଫେରି ଆସିବି ବୋଲି କହି ଘରୁ ବାହାରି ଥିଲେ। ତେବେ ଆଜିକୁ ୨ ମାସ ହେଲା ଘରକୁ ଫେରି ନାହାନ୍ତି। ଫୋନ କଲେ ରିଙ୍ଗ ହେଉଛି ନା ସୁରଜ ଫୋନ୍ ଉଠାଉଛନ୍ତି ନ। କଲ୍ ବେକ କରୁଛନ୍ତି। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଶେଷରେ ନିରୁପାୟ ହେଇ ଜୁନ୍ ୨୨ ତାରିଖ ଦିନ ଉମରକୋଟ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ପୋଲିସ ମାମଲା ରୁଜୁ କରିଛି। ମେଧାବୀ ଛାତ୍ର ଭାବେ ପରିଚିତ ସୁରଜ ଯୁକ୍ତ ୩ ପ୍ରଥମ ଶ୍ରେଣୀରେ କଲେଜ ରେ ପାଠ ପଡୁଥିବା ସମୟରେ ଘରର ଆର୍ଥିକ ଅନଟନ ଅବସ୍ଥା କୁ ଦେଖି ଡିଏନକେ ର ଗୋଟିଏ କିରଣ। ଦୋକାନରେ କାର୍ଯ୍ୟ କରୁଥିଲେ। ପିତା ସୁଶାନ୍ତ ବିଶ୍ୱାସ ହାଟ ହାଟ ବୁଲି କିଛି ସାମଗ୍ରୀ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ସୁଶାନ୍ତ ଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ରୋଜଗାରିଆ ପୁଅର ନିଖୋଜ ଯୋଗୁ ଦୁଃଖ ରେ ଭାଙ୍ଗି ପଡିଛନ୍ତି। କୌଣସି ବ୍ୟକ୍ତି ପୁଅକୁ ଦେଖିଲେ ଉମରକୋଟ ଥାନାକୁ ଜଣାଇବା ପାଇଁ ଆକୁଳ ନିବେଦନ କରିଛନ୍ତି ମା ଚିନ୍ତ।ର।ଣି ବିଶ୍ୱାସ ।ଉମରକୋଟ ପୋଲିସ ଏହି ନିଖୋଜ ଯୁବକକୁ ଉଦ୍ଧାର କରିବା ପାଇଁ ଉଚିତ୍ ପଦକ୍ଷେପ ନେବା ପାଇଁ ଉମରକୋଟ ସହରବାସୀ ଦାବି କରିଛନ୍ତି।
