ପାରାଦୀପରୁ ଜଣେ ନାବାଳକଙ୍କୁ ଉଦ୍ଧାର କରିଛନ୍ତି ସମାଜସେବୀ
ପାରାଦୀପରୁ ଜଣେ ନାବାଳକଙ୍କୁ ଉଦ୍ଧାର କରିଛନ୍ତି ସମାଜସେବୀ । ପାରାଦୀପର ଏକ ପେଟ୍ରୋଲ ପମ୍ପ ନିକଟରେ ୧୫-୧୬ ବର୍ଷର ନାବାଳକକୁ ଅସହାୟ ଅବସ୍ଥାରେ ଦେଖି ପାରାଦୀପର କିଛି ଯୁବକ ବିନୋରୀ ସେବା ଫାଉଣ୍ଡେସନର ସଭାପତି ପ୍ରଭାତ ବେହେରା ଓରଫ୍ ବାବୁନି ବାବାଙ୍କୁ ଖବର ଦେଇଥିଲେ। ବାବୁନୀ ବାବା ଏବଂ ତାଙ୍କ ସାଥୀ ପଙ୍କଜ ତରାଇ, ଶକ୍ତି ପ୍ରସାଦ ଭୁଜବଳ, ଭବାନୀ ଶଙ୍କର ଆଚାର୍ଯ୍ଯ, ମଣି ଶଙ୍କର ପରିଡ଼ା, ସତ୍ୟଜିତ୍ ରାଉତ, ଜ୍ୟୋତି ରଂଜନ ମହାପାତ୍ର, ଦେବାଶିଷ ବେହେରା, କୈଳାଶ ଗୋଛାୟତ ପ୍ରମୁଖ ନାବାଳକକୁ ଉଦ୍ଧାର କରି କୁଜଙ୍ଗ ଅଞ୍ଚଳକୁ ଆଣିଥିଲେ। ତାର ସ୍ଥାୟୀ ଥଇଥାନ ନିମନ୍ତେ ଜିଲ୍ଲାରେ ମାନସିକ ଭିନ୍ନକ୍ଷମ ଅସହାୟଙ୍କ ପାଇଁ କାମ କରୁଥିବା ସଂଗଠନ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିଥିଲେ। ଶ୍ରୀମତୀ ଆଚାର୍ଯ୍ୟ ଜଗତ୍ସିଂହପୁର ରେ ଥିବା ଅସହାୟ କେନ୍ଦ୍ର ଆଶ୍ରା ସହିତ ଯୋଗାଯୋଗ କରି ବିନୋରି ସେବା ଫାଉଣ୍ଡେସନର ସଦସ୍ୟ ମାନଙ୍କ ସହ ପିଲାଟିକୁ ଆଶ୍ରା ରେ ସୁରକ୍ଷିତ ଅବସ୍ଥାରେ ଥଇଥାନ କହିଛନ୍ତି। ପିଲାଟିର କହିବା କଥା ତା ନିଜ ଘର ସମ୍ବଲପୁର ହୀରାକୁଦ ଅଞ୍ଚଳରେ ହୋଇଥିଲା ବେଳେ ତା ବାପାଙ୍କ ନାମ ଅବଧୂତ ସାହୁ ଏବଂ ନିଜ ନାମ ନାରାୟଣ ସାହୁ ବୋଲି କହୁଛି। ଯଦି ତାର କେହି ନିକଟ ସମ୍ପର୍କୀୟ ଥାଆନ୍ତି ତେବେ ଆମ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ।
ଯୋଗାଯୋଗ – 8847829970, 9658009074
