ସକାଳର ଖବର,
*╭───────────────────╮*
*🌄ସକାଳର ଖବର, ୧୨-ଜୁନ-୨୦୨୩, ସୋମବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଚାଲିଛି ଓଷ ଉପଚାର l ପାରମ୍ପରିକ ଶଗଡଗାଡିରେ ବଳଦ ଯୋଗେ କାକଟପୁର ଦେଉଳି ମଠରୁ ବାହାରିଲା ଫଳଭାର ଓ ଅଷ୍ଟମୀ ପଢୁଆଁ ପାଟ ବସ୍ତ୍ର l
➡️୨-ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ସମ୍ଭାବନା l
➡️୩-ରଥଯାତ୍ରାବେଳେ ଭିଡିଓ ଓ ଫଟୋ ଉଠାଇବା ସମ୍ଭାବନା ଦୃଷ୍ଟିରୁ କଟକଣା ହେଲା ଜାରି, ଜଗନ୍ନାଥ ମନ୍ଦିର ରେଡ ଜୋନରେ ଯାଉଥିବାରୁ ଡ୍ରୋନ ଉଡ଼ାଣ ହେଲା ମନା, ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ପାଖରେ ମଧ୍ୟ ଡ୍ରୋନ ଉଡ଼ାଣ ମନା l
➡️୪-ଆସାମ ଗଲା କୋରାପୁଟର କଳାବତୀ ଧାନ, ଜିଲ୍ଲାପାଳ କଲେ ଶୁଭାରମ୍ଭ । ପ୍ରଚୁର ପୋଷକ ତତ୍ୱ ଥିବାରୁ ବଢୁଛି ଚାହିଦା l ଏତେ ପରିମାଣର ଔଷଧୀୟ ଗୁଣ ରହିଥିଲେ ମଧ୍ୟ କିଲୋପ୍ରତି ଏହାର ଦର ମାତ୍ର ୧୦୦ରୁ ୧୫୦ ଟଙ୍କା ରହିଛି ।
➡️୫-୫ଟି ସଚିବଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ: ନୂଆ ରୂପରେ ଝଲସିବ ଘଟଗାଁ ମା’ ତାରିଣୀ ପୀଠ, ବ୍ରହ୍ମେଶ୍ୱର ଓ ସିତାବିଞ୍ଜି ମନ୍ଦିରର ହେବ ନବକଳେବର l
➡️୬-ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଦଶାହ କର୍ମରେ ହେଲା ୧୨୦ଜଣଙ୍କ ସାମୂହିକ ମୁଣ୍ଡନ l ସେପଟେ ୫ ଅଭିଯୁକ୍ତକୁ ନିଜ ହେପାଜତକୁ ନେଲା ସିବିଆଇ, ଟ୍ରାକ୍ର କରାଗଲା ସ୍କାନିଂ l
➡️୭-5T ସଚିବ ଭି. କେ ପାଣ୍ଡିଆନଙ୍କୁ ଭଦ୍ରକ ଚରମ୍ପା ଛକରେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଯୁବ କଂଗ୍ରେସ ପକ୍ଷରୁ କଳାପତାକା ପ୍ରଦର୍ଶନ l
➡️୮-ASM ଜାଣିଥିଲେ ସିଗନାଲ ତ୍ରୁଟି: ଷ୍ଟେସନ ମାଷ୍ଟର ଯାଞ୍ଚ ନ କରିବାରୁ ବାହାନଗା ଦୁର୍ଘଟଣା ଘଟିଥିଲା, CBI ହାତରେ ଲାଗିଲା ବଡ଼ ତଥ୍ୟ l
➡️୯-ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ମାତ୍ର ଆଉ କେଇଟା ଦିନ ଥିବା ବେଳେ ତିନିରଥର ଭୂଇଁଗୁଡିକରେ ଅନ୍ଧାରି ତାଗ ଏବଂ କଇଁଚି ଫିଟିଂ ଶେଷ ହୋଇଥିବା ବେଳେ ଆରମ୍ଭ ହେଲା ବେଦୀ ନିର୍ମାଣ କାର୍ଯ୍ୟ l
➡️୧୦-ଲୋକପ୍ରିୟ ହିନ୍ଦୀ ଏବଂ ପଞ୍ଜାବୀ ଫିଲ୍ମ ଅଭିନେତା ମଙ୍ଗଲ ଢିଲୋନଙ୍କ ହେଲା ଦେହାନ୍ତ l ସେ ଗତ କିଛି ବର୍ଷ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ l
➡️୧୧-ବାତ୍ୟା ବିପର୍ଯ୍ୟୟ ନେଉଛି ଭୀଷଣ ରୂପ, ଗୁଜରାଟର ସମୁଦ୍ରତଟବର୍ତ୍ତୀ ଅଞ୍ଚଳ ବନ୍ଦ କଲେ ସରକାର l ବାତ୍ୟା ବିପର୍ଯ୍ୟୟ ଜୁନ ୧୫ରେ କଚ୍ଛ ଏବଂ ମାଣ୍ଡବୀ ଏବଂ ପାକିସ୍ତାନର କରାଚୀ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।
➡️୧୨-ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ହେଲା ବିଶ୍ୱରେ ନମ୍ବର ୱାନ l ପଛରେ ପଡ଼ିଲେ ଆମେରିକା, ଚୀନ, ରୁଷିଆ ପରି ମହାଶକ୍ତି l
➡️୧୩-ଭୂମିକମ୍ପରେ ଥରିଲା ଦକ୍ଷିଣ ଆଫ୍ରିକୀୟ ସହର ଜୋହନ୍ସବର୍ଗ, ରିକ୍ଟର ସ୍କେଲରେ ତୀବ୍ରତା ୫.୦ l
➡️୧୪-ପେଟ୍ରୋଲ ଓ ଡିଜେଲ ଉପରେ VAT ବଢ଼ାଇଲେ ପଞ୍ଜାବ ସରକାର l ଭାଟ ବଢେଇବା ପରେ ବର୍ଷକରେ ଦୁଇ ଥର ହେଲା ମହଙ୍ଗା l
➡️୧୫-ଖରାପ ପାଗ ଯୋଗୁଁ ଭୁଲବଶତଃ ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ପାକିସ୍ତାନ ଆଡକୁ ଚାଲିଗଲା l
➡️୧୬-ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ l
➡️୧୭-ରାଜସ୍ଥାନରେ ସାମୂହିକ ବିବାହ କଲେ ୨ ହଜାରରୁ ଅଧିକ ଦମ୍ପତ୍ତି, ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ପାଇଲା ସ୍ଥାନ l
➡️୧୮-୭୬ କିଲୋଗ୍ରାମ ଓଜନର ଲଡୁ ସହ ୭୬ତମ ଜନ୍ମଦିନ ପାଳନ କଲେ ଲାଲୁ ଯାଦବ l
➡️୧୯-ମାର୍କ ଜୁକରବର୍ଗଙ୍କ ନେତୃତ୍ବ ଉପରେ ନାହିଁ ମେଟା କର୍ମଚାରୀଙ୍କ ଭରସା, ଅନ୍ତରୀଣ ରିପୋର୍ଟରୁ ଆସିଲା ତଥ୍ୟ l
➡️୨୦-ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (WTC) ଫାଇନାଲ ରେ ଅଷ୍ଟ୍ରେଲିଆ ଠାରୁ ୨୦୯ ରନ ରେ ହାରିଲା ଭାରତ | ଲଗାତର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ହାରିଲା ଭାରତ ।
➡️୨୧-ଜୁନିଅର ହକି ବିଶ୍ୱକପ୍ କୋରିଆକୁ ୨-୧ ଗୋଲରେ ହରାଇ ଜିତିଲେ ଭାରତୀୟ ମହିଳା ଦଳ l ପ୍ରତି ଖେଳାଳିଙ୍କୁ ୨ ଲକ୍ଷ, ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧ ଲକ୍ଷ ପୁରସ୍କାର l
➡️୨୨-ଫ୍ରେଞ୍ଚ ଓପନ ୨୦୨୩ ଟାଇଟଲ ଜିତି ଇତିହାସ ରଚିଲେ ସର୍ବିଆ ଟେନିଷ୍ଟ ଷ୍ଟାର୍ ନୋଭାକ ଚୋକଭିଚ୍।
➡️୨୩-ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧାଙ୍କୁ ପ୍ରମାଣ ମାଗିଲା ଦିଲ୍ଲୀ ପୋଲିସ, ଫଟୋ, ଭିଡିଓ ଓ ହ୍ୱାଟସପ୍ ଚାଟ୍ ଦାଖଲ କରିବାକୁ ହେଲା ନିର୍ଦ୍ଦେଶ l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଶିଶୁ ଶ୍ରମ ନିଷେଧ ଦିବସ ll*
*🔅ଆଜି ବିଶ୍ୱ ଶିଶୁ ଶ୍ରମ ବିରୋଧି ଦିବସ ।।*
*🔅ଆଜି ଜାତୀୟ ପ୍ରେମ ଦିବସ ll*
*🔅ଆଜି ବ୍ରାଜିଲର ଭାଲେଣ୍ଟାଇନ୍ସ ଦିବସ ll*
*🔅ଆଜି ଜାତୀୟ ବଟନ୍ ବ୍ୟାଟେରୀ ସଚେତନତା ଦିବସ ll*
*🔅ଆଜି ଜାତୀୟ ଲାଲ୍ ଗୋଲାପ ଦିବସ ll*
*🔅ଆଜି ଫିଲିପାଇନ୍ସ ସ୍ୱାଧୀନତା ଦିବସ ll*
*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*