ରଘୁନାଥ ଯୁବକ ସଂଘ ପକ୍ଷରୁ ବନମହୋତ୍ସବ ପାଳିତ
ଉଲୁଣ୍ଡା ,୩/୯ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରଘୁନାଥ ଯୁବକ ସଂଘ ଆନୁକୂଲ୍ୟରେ କୋଟସମଲାଇ ଗ୍ରାମ ପଞ୍ଚାୟତ ଖେଳପଡିଆ ଠାରେ ଆଜି ବନମହୋତ୍ସବ ପାଳନ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କୋଟସମଲାଇ ସରପଞ୍ଚ ବେଦମତୀ ମେଣ୍ଡିଲି ଓ ସମ୍ମାନୀତ ଅତିଥି ଭାବେ ଜାଲୋଏ ଫରେଷ୍ଟର ପ୍ରଦୀପ କୁମାର ଜେନା,ଜାଲୋଏ ବନରକ୍ଷୀ ଦୀପାଞ୍ଜଳି ହରିପାଳ , କୋଟସମଲାଇ ବନରକ୍ଷାକାରୀ ରହଣ ଅମାତ୍,ମେରା ଭାରତ ର ଦେବାଶିଷ ଓ ରଘୁନାଥ ଯୁବକ ସଂଘ ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।ଖେଳ ପଡିଆର ଚତୁଃପାର୍ଶ୍ଵରେ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା। ସମସ୍ତ ସଦସ୍ୟ ଶହଶହ ବୃକ୍ଷ ରୋପଣ କରିଥିଲେ। “ବୃକ୍ଷ ହିଁ ଜୀବନ ” ବୋଲି ସମସ୍ତ ଅତିଥି କହିଥିଲେ। ରଘୁନାଥ ଯୁବକ ସଂଘ ସଭାପତି ସଞ୍ଜୟ ମେଣ୍ଡିଲିଙ୍କ ନେତୃତ୍ୱରେ ସୁଧାଂଶୁ ଶେଖର ସେଠୀ,ନୀଳମଣି ମେଣ୍ଡିଲି, ରାଧେଶ୍ୟାମ ପାଢୀ,ଅଭିଜିତ ବାଘ, ଅଭିଷେକ ପାତ୍ର,ରାଘବ ପଧାନ,ଭକ୍ତ ସେଠି,ସାନୁଜ ସମରଥ, ଅନିରୁଦ୍ଧ ଗଡୁଆ, ଚକ୍ରପାଣି ମେଣ୍ଡିଲି,କିଶୋର ପଧାନ, ଓ ନେପାଳ ଖେତୀ,ବୃକ୍ଷ ରୋପଣ କରିଥିଲେ।
