September 3, 2026

ବିଦ୍ୟୁତ ଟ୍ରାନ୍ସଫର୍ମ ସଂସ୍ପର୍ଶରେ ଆସି ମହିଳା ଗୁରୁତର

IMG-20260903-WA0071
Share

 

ବୁଗୁଡ଼ା :ତା ୦୩/୦୯/୨୬ : ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ ଅନ୍ତର୍ଗତ ତାମ୍ବିରି ଗ୍ରାମରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ସୁଦଷ୍ଣା ନାଇକ (୪୯) ନାମକ ଜନୈକା ମହିଳା ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ବୁଧବାର ପାହାନ୍ତିଆରେ ସୁଦେଷ୍ଟା ଗାଧୋଇବାକୁ ଯାଉଥ‌ିବା ବେଳେ ଅଙ୍ଗନୱାଡି କେନ୍ଦ୍ର ଓ ପୋଖରୀ ନିକଟରେ ଖୋଲାମେଲାରେ ଥ‌ିବା ଏକ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ବିଦ୍ଯୁତ୍ ଧକ୍କାରେ ଆହତ ହୋଇ ପଡିଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲକୁ ପଠାଇଥିଲେ ।ସେଠାରେ ଚିକିତ୍ସା ପରେ ତାଙ୍କର ଅବସ୍ଥାରେ ସୁଧାର ଆସିଥିବା ଜଣାଯାଇଛି। ତେବେ ଗ୍ରାମ ମଧ୍ୟରେ ଲଟାବୁଦା ଘେରରେ ଥ‌ିବା ଏହି ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷା ପାଚେରୀ ନଥ‌ିବାରୁ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କ ସମେତ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି। ଫଳରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନଘଟେ ସେଥି ପ୍ରତି ବିଦ୍ଯୁତ୍ ବିଭାଗ ଦୃଷ୍ଟି ଦେଇ ଯଥାଶୀଘ୍ର ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ ଦାବି ହୋଇଛି ।