September 3, 2026

ଅବକାରୀ ବିଭାଗର ଚଢ଼ାଉ: ଦୁଇଟି ମାମଲାରେ ମଦ ଜବତ, ୨ ଗାଡ଼ି ଜବତ

IMG-20260903-WA0087
Share

 

ଖୋର୍ଦ୍ଧା, : (ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମଦ କାରବାର ବିରୋଧରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଦୁଇଟି ପୃଥକ ମାମଲାରେ ବିପୁଳ ପରିମାଣର ‘ଆସ୍କା-୪୦’ ଦେଶୀ ମଦ ଜବତ ହୋଇଥିବା ବେଳେ ମଦ ପରିବହନରେ ବ୍ୟବହୃତ ଦୁଇଟି ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି।ପ୍ରଥମ ମାମଲାରେ ୮୦ଟି ଆସ୍କା-୪୦ ବୋତଲ ଜବତ ହୋଇଥିବା ବେଳେ ଏକ ଲାଲ ରଙ୍ଗର Hero HF Deluxe ମୋଟରସାଇକେଲ ଜବତ ହୋଇଛି।

ସେହିପରି ଦ୍ୱିତୀୟ ମାମଲାରେ ୮୦ଟି ଆସ୍କା-୪୦ ବୋତଲ ଜବତ ହୋଇଥିବା ବେଳେ ଏକ ଲାଲ ରଙ୍ଗର Bajaj Discover ମୋଟରସାଇକେଲ ଜବତ କରାଯାଇଛି।ଅବକାରୀ ବିଭାଗ ପକ୍ଷରୁ ଉଭୟ ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି। ଅବୈଧ ମଦ କାରବାର ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜୋରଦାର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।