ବାଲେଶ୍ବର,, ବାହାନଗା ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ ଘର
।
ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ସ୍କୁଲ ଘର ଭଙ୍ଗାଯାଉଛି । ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ଭଙ୍ଗା କାର୍ଯ୍ୟରେ ୨ ଜେସିବି ନିୟୋଜିତ ହୋଇଛି। ତହସିଲଦାର ଓ ପୁଲିସ ଉପସ୍ଥିତିରେ ଭଙ୍ଗା ଯାଉଛି ସ୍କୁଲ ଘର। ସ୍କୁଲରୁ ମୃତଦେହ ନିଆଯିବା ପରେ ସ୍କୁଲ ସାନିଟାଇଜ୍ ହୋଇଛି । ହେଲେ ପିଲା ଦେଖିଥିବା ସେଦିନ ରାତିର ଛାତିଥରା ଦୃଶ୍ୟ ମନରୁ ଲିଭିନି। ଫଳରେ ଶବ ରହୁଥିବାରୁ ସ୍କୁଲ ଆସିବାକୁ ଡରୁଥିଲେ ଛାତ୍ରଛାତ୍ରୀ।
ସୂଚନା ଅନୁଯାୟୀ, ଆସନ୍ତାକାଲି ଜିଲ୍ଲାପାଳ ଓ ଅଭିଭାବକଙ୍କ ମଧ୍ୟରେ ବୈଠକ ହୋଇଥିଲା । ବାହାନଗା ହାଇସ୍କୁଲରେ ଜିଲ୍ଲାପାଳ ପହଞ୍ଚି ଶବ ରଖିବା ସ୍ଥାନ ଅଧୁଧ୍ୟାନ କରିବା ସହ ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ପୁରାତନ ସ୍କୁଲ ହୋଇଥିବାରୁ ସ୍କୁଲ ଘର ଭଙ୍ଗାଯାଇପାରେ, ଖୁବଶୀଘ୍ର ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଗତକାଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଶବ ଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ସୃଷ୍ଟି ହୋଇଛି ଭୟର ବାତାବରଣ । ଭୟ ଦୂର କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବାକୁ ଉଦ୍ୟମ ଚାଲିଛି ।
ଦେବାଶିଷ ଦାଶ୍ କ୍କ ରିପୋର୍ଟ,,,